ETV Bharat / bharat

ଆଜି ଦିନ 10ଟାରେ ସଚିନଙ୍କ ପ୍ରେସମିଟ୍‌, କରିପାରନ୍ତି ବଡଘୋଷଣା - Sachin Pilot Press Meet

ଆଜି କିଛି ବଡ ଘୋଷଣା କରିପାରନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଆଜି ଦିନ 10ଟା ପ୍ରେସମିଟରେ ସେ ନିଜର ପକ୍ଷ ରଖିବେ ବୋଲି କୁହାଯାଉଛି ।

ଆଜି ଦିନ 10ଟାରେ ସଚିନଙ୍କ ପ୍ରେସମିଟ୍‌, କରିପାରନ୍ତି ବଡଘୋଷଣା

author img

By

Published : Jul 15, 2020, 8:44 AM IST

ଜୟପୁର: ଆଜି କିଛି ବଡ ଘୋଷଣା କରିପାରନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟଙ୍କୁ ବିଦା କରିବା ପରେ ଆଜି 10ଟାରେ ସେ ପ୍ରେସମିଟ୍‌ ରଖିଛନ୍ତି । ଯେଉଁଥିରେ ସେ ନିଜର ପକ୍ଷ ରଖିବେ ବୋଲି କୁହାଯାଉଛି ।

ଏଥିରେ ସେ କଂଗ୍ରେସରେ ରହିବେ ନା ବିଜେପିରେ ଯୋଗଦେବେ କି ସ୍ବତନ୍ତ୍ର ଦଳ ଗଠନ କରିବେ ସେନେଇ କିଛି ଘୋଷଣା କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ଦୁଇଟି ପଦରୁ କଂଗ୍ରେସ ବିଦା କରିବା ପରେ ଏହା ତାଙ୍କର ପ୍ରଥମ ପ୍ରେସମିଟ୍‌ ହେବ ।

ମଙ୍ଗଳବାର ପ୍ରଥମେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରିଥିଲା ଦଳ । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଥିଲା । ସେହିପରି ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି ଦାୟିତ୍ବ ଦେଇଛି ଦଳ ।

ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତକୁ ନୁହେଁ ବୋଲି ଟ୍ବିଟ୍‌ କରି ଜଣାଇଥିଲେ ସଚିନ ।

ସେହିପରି ସଚିନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ କିଛି ଜିଲ୍ଲା ସଭାପତି ମଧ୍ୟ ନିଜର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ତେବେ ଅଶୋକ ଗେହଲଟ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ସମୟରେ ତାଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳୁଛି ।

ସେପଟେ 3 ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ବାସଭବନରେ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ କରିଥିଲେ । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଥିଲେ ଗେହଲଟ । ତେବେ ଏଥିରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।

ସୂଚନାଥାଉକି, ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲ୍ଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.