ETV Bharat / bharat

ରାଜସ୍ଥାନ ରାଜନୈତିକ ଡ୍ରାମା, କଂଗ୍ରେସ ବିଧାୟକ ହସ୍ପିଟାଲରେ ଭର୍ତ୍ତି

author img

By

Published : Jul 24, 2020, 11:35 AM IST

କାଥୁମାର ବିଧାୟକ ବାବୁଲାଲ ବୈରୱାଙ୍କୁ ଶୁକ୍ରବାର ଜୟପୁରର ସାୱାଇ ମ୍ୟାନ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଫେୟାରମଣ୍ଟ ହୋଟେଲରେ ରହୁଥିବା କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ଜଣେ।

ରାଜସ୍ଥାନ
ରାଜସ୍ଥାନ

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ଥମିବାର ନାଁ ନେଉନାହିଁ । ଇତି ମଧ୍ୟରେ କଂଗ୍ରେସର ଜଣେ ବିଧାୟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । କାଥୁମାର ବିଧାୟକ ବାବୁଲାଲ ବୈରୱାଙ୍କୁ ଶୁକ୍ରବାର ଜୟପୁରର ସାୱାଇ ମ୍ୟାନ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଫେୟାରମଣ୍ଟ ହୋଟେଲରେ ରହୁଥିବା କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ଜଣେ।

ସେପଟେ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ ଏବଂ 18 ଜଣ ବିଧାୟକ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌ ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲାରେ କୋର୍ଟ କୌଣସି ସଠିକ ନିଷ୍ପତ୍ତି ଶୁଣାଇବେ ବୋଲି ଆଶା କରାଯାଉଛି ।

ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଗତକାଲି ବଡ଼ ଝଟ୍‌କା ମିଳିଥିଲା। ସୁପ୍ରିମ୍‌ କୋର୍ଟ ଗତକାଲି ଏହି ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଉପରେ କୌଣସି ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ । ତେବେ ହାଇକୋର୍ଟଙ୍କ ରାୟ ସୁପ୍ରିମ୍‌ କୋର୍ଟ ରାୟ ଅଧୀନରେ ହିଁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ ।

ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ୧୮ ଜଣ କଂଗ୍ରେସ ବିଧାୟକଙ୍କ ବିରୋଧରେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ଚାହୁଁଥିଲେ ଏବଂ ଏହି ଆଧାରରେ ନୋଟିସ୍‌ ଜାରି କରିଥିଲେ। ତେବେ ଏ ବାବଦରେ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବାରୁ ବାଚସ୍ପତି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତ ସପ୍ତାହରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକରେ ଯୋଗ ଦେଇଥିବା ଏବଂ ଗେହଲୋଟଙ୍କୁ ସମର୍ଥନ କରୁଥିବା କଂଗ୍ରେସ ବିଧାୟକମାନଙ୍କୁ ଜୁଲାଇ 13 ରେ ହୋଟେଲକୁ ନିଆଯାଇଥିଲା । ସେବେଠାରୁ ସେମାନେ ସେଠାରେ ରହିଛନ୍ତି । ଇତିମଧ୍ୟରେ ସେମାନଙ୍କର ଅନେକ କାର୍ଯ୍ୟକଳାପର ଚିତ୍ର ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ​​ଯେଉଁଥିରେ ଅଶୋକ ଗେହଲଟ କ୍ୟାମ୍ପର କଂଗ୍ରେସ ବିଧାୟକମାନେ ଯୋଗ ପ୍ରଦର୍ଶନ, ଖେଳିବା ଏବଂ ମୋଗଲ-ଏ-ଆଜମ ଦେଖି ମନୋରଞ୍ଜନ କରୁଥିବା ନଜର ଆସିଥିଲେ ।

ତେବେ ବିଜେପି ଗେହଲଟ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଘୋଡା ବେପାରରେ ଲିପ୍ତ ଥିବା କଂଗ୍ରେସ ଅଭିଯୋଗ କରିଛି। ଏନ୍ୟପକ୍ଷରେ ଏହି ଅଭିଯୋଗକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ମତଭେଦ ଖୋଲାଖୋଲି ଭାବେ ପ୍ରକାଶ ପାଇବା ପରେ ରାଜସ୍ଥାନରେ କଂଗ୍ରେସ ସରକାରରେ ଅସ୍ଥିରତା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.