ETV Bharat / bharat

କୋଭିଡ ଯୋଦ୍ଧାଙ୍କ ପାଇଁ 1.91ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରିଛି ଭାରତୀୟ ରେଳ - କୋଭିଡ ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍

ଭାରତୀୟ ରେଳ କୋରନା ଯୋଦ୍ଧାଙ୍କ ପାଇଁ ଅତ୍ୟବଶ୍ୟକୀୟ 1.91 ଲକ୍ଷ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଇ) କିଟ୍, 7.33 ଲକ୍ଷ ଫେସ୍ ମାସ୍କ ଏବଂ 66,400 ଲିଟରରୁ ଅଧିକ ସାନିଟାଇଜର ପ୍ରସ୍ତୁତ କରିଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 25, 2020, 7:42 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଭାରତୀୟ ରେଳ ସମସ୍ତ ଦିଗରେ ଉଲ୍ଲେଖନୀୟ ଯୋଗଦାନ କରିଛି । ବର୍ତ୍ତମାନ ଭାରତୀୟ ରେଳ କୋରୋନା ଯୋଦ୍ଧାଙ୍କ ପାଇଁ ଅତ୍ୟାବଶ୍ୟକୀୟ 1.91 ଲକ୍ଷ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଇ) କିଟ୍, 7.33 ଲକ୍ଷ ଫେସ୍ ମାସ୍କ ଏବଂ 66,400 ଲିଟରରୁ ଅଧିକ ସାନିଟାଇଜର ପ୍ରସ୍ତୁତ କରିଛି ।

କୋଭିଡ ଯୋଦ୍ଧାଙ୍କ ପାଇଁ 1.91ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରିଛି ଭାରତୀୟ ରେଳ

ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ମୁଖପାତ୍ର କହିଛନ୍ତି ଯେ ଅନ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ରେଲୱେ ମେଡିକାଲ କର୍ମଚାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ଚ୍ୟାଲେଞ୍ଜକୁ ପୂରଣ କରିବା ପାଇଁ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ କରିଛି ।

ସେହିପରି ବିଶ୍ବର ସର୍ବବୃହତ ଯାତ୍ରୀ ପରିବହନକାରୀ ଭାରତୀୟ ରେଳ 50 ରେଳ ଡାକ୍ତରଖାନାକୁ କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ କୋଭିଡ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟ କେନ୍ଦ୍ର ଭାବରେ ପରିଣତ କରିଛି ।

ଦେଶରେ କୋରୋନା ମୁକାବିଲା ଦିଗରେ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷମତା ବୃଦ୍ଧି ପାଇଁ କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ କରିବା ପାଇଁ ଭାରତୀୟ ରେଳ 5,231 ରେଳ କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରିଛି ​​। ଏହାସହ ରାଜ୍ୟଗୁଡିକ ଠାରୁ ପ୍ରାପ୍ତ ଅନୁରୋଧକୁ ଆଧାର କରି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରେ 960 କୋଚ୍ ବିଭିନ୍ନ ସ୍ଥାନରେ ରଖାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.