ନୂଆଦିଲ୍ଲୀ: ମେ 1ରୁ ଦେଶରେ 1300ଟି ଟ୍ରେନ ଚଳାଚଳ କରୁଛି । ଏଥିରେ 17 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ ଘରକୁ ଫେରିଛନ୍ତି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ସହ ଗତ ତିନି ଦିନ ମଧ୍ୟରେ ଦିନକୁ 2ଲକ୍ଷ ରୁ ଅଧିକ ପ୍ରବାସୀ ଘରକୁ ଫେରିଛନ୍ତି । ଆଗାମୀ ଦିନରେ ଏହାକୁ 3 ଲକ୍ଷକୁ ବୃଦ୍ଧି କରାଯିବ। ଏନେଇ ଗତକାଲି ରେଳମନ୍ତ୍ରଣାଳୟ ସୂଚନା ଦେଇଛି।
ଏପର୍ଯ୍ୟନ୍ତ ଯେତିକି ଟ୍ରେନ ବାତିଲ କରାଯାଇଛି, ସେଗୁଡିକ ମୁଖ୍ୟତଃ ଉତ୍ତର-ପ୍ରଦେଶର । ବର୍ତ୍ତମାନ 500 ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛି । ବିହାରକୁ ମଧ୍ୟ 300 ଟ୍ରେନ ଚଳାଚଳ କରୁଛି ।
ଏହି ଟ୍ରେନଗୁଡିକରେ ଶ୍ରମିକଙ୍କ ଠାରୁ ଭଡା ଆଦାୟ କରାଯାଉଥିବା ନେଇ ବିରୋଧୀ ଦଳ ଅଭିଯୋଗ ଆଣିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯାତ୍ରୀଙ୍କ ଭଡା ପାଇଁ କେନ୍ଦ୍ର -ରାଜ୍ୟ 85-15 ପ୍ରତିଶତ ଦେବେ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଦୈନିକ 300 ଶ୍ରମିକ ଚଳାଚଳ କରିବ । ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଓ ଝାଡଖଣ୍ଡ ଭଳି ରାଜ୍ୟକୁ ଅଧିକ ଟ୍ରେନ୍ ଅନୁମୋଦନ କରିବାକୁ ସେ ନିବେଦନ କରିଛନ୍ତି।
ଏକ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ୍ 1,200 ପରିବର୍ତ୍ତେ ପ୍ରାୟ 1,700 ଯାତ୍ରୀଙ୍କୁ ନେବାରେ ସାମାର୍ଥ୍ୟ ରଖୁଛି । ଆରମ୍ଭରୁ ଏହି ଟ୍ରେନଗୁଡିକ ଯାତ୍ରା ସମୟରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁନଥିଲା, କିନ୍ତୁ ରେଳବାଇ ବର୍ତ୍ତମାନ ଗନ୍ତବ୍ୟ ସ୍ଥଳରେ ତିନୋଟି ଷ୍ଟପ୍ ପାଇଁ ଅନୁମତି ଦେଇଛି ।
ଏହି ସ୍ବତନ୍ତ୍ର ସେବାରେ ଖର୍ଚ୍ଚ ଉପରେ ପରିବହନକାରୀ ଘୋଷଣା କରିନାହାଁନ୍ତି, ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ଜାତୀୟ ପରିବହନକାରୀ ସେବା ପାଇଁ ପ୍ରାୟ 80 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।