ETV Bharat / bharat

ରେଲଓ୍ଵେ ପ୍ରୋଟେକ୍ସନ୍ ଫୋର୍ସ ରିପୋର୍ଟ ଉଦବେଗଜନକ, ଶ୍ରମିକ ଟ୍ରେନରେ 80 ଜଣଙ୍କ ମୃତ୍ୟୁ - ଶ୍ରମିକ ଟ୍ରେନରେ 80 ଜଣଙ୍କର ମୃତ୍ୟୁ

ରେଳ ସୁରକ୍ଷା ବଳର ତଥ୍ୟ ଅନୁଯାୟୀ, ମେ 9 ରୁ 27 ମେ ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 80 ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁ ସ୍ଥିତି ଉଦଵେଗଜନକ ବୋଲି କୁହାଯାଉଛି।

ରେଲଓ୍ଵେ ପ୍ରୋଟେକ୍ସନ୍ ଫୋର୍ସ ରିପୋର୍ଟ ଉଦବେଗଜନକ, ଶ୍ରମିକ ଟ୍ରେନରେ 80 ଜଣଙ୍କର ମୃତ୍ୟୁ

author img

By

Published : May 30, 2020, 11:11 AM IST

ନୂଆଦିଲ୍ଲୀ: ପ୍ରଵାସ ଲେଉଟିବାର ଧର୍ଯ୍ୟ, ସାହସ ଓ ଚେଷ୍ଟା କାହା କ୍ଷେତ୍ରରେ ସଫଳ ରୂପାୟନ ହୋଇଛି ତ କାହା ପାଇଁ ମୃତ୍ୟୁ ଆଣିଛି। ଭୋକ/ଉପାସରେ ଟ୍ରେନ୍ ଯାତ୍ରା କରିଥିବା ଶ୍ରମିକଙ୍କ ଦୁଃଖ ଚଳିତ ଦଶନ୍ଧିର ସଵୁଠାରୁ ସମ୍ବେଦନଶୀଳ ଅଘଟଣ। ତେଵେ ଶ୍ରମିକଙ୍କୁ ପ୍ରଵାସ ଫେରେଇ ଆଣିବାକୁ ସ୍ଵତନ୍ତ୍ର ଟ୍ରେନଗୁଡିକ ମେ 1 ରେ ଆରମ୍ଭ କରାଯାଇଥିଲା। ଏହି ସ୍ଥାନାନ୍ତରିତ ପ୍ରକ୍ରିୟାରେ ପ୍ରାୟ ପାଞ୍ଚ ନିୟୁତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଯାଇଥିଲା। ଟ୍ରେନ୍ ମଧ୍ୟରେ 80ଜଣଙ୍କ ମୃତ୍ୟୁ ଘଟିଥିବା ରେଳଓ୍ଵେ ପ୍ରୋଟେକ୍ସନ୍ ଫୋର୍ସ ବା ରେଳ ସୁରକ୍ଷା ବଳ ସୂଚନା ଦେଇଛି। ଉତ୍ତର ପୂର୍ବାଞ୍ଚଳ ରେଳ ଜୋନରେ 18, ଉତ୍ତର କେନ୍ଦ୍ରୀୟ ଜୋନରେ 19 ଏବଂ ପୂର୍ବ ତଟ ରେଳ ଜୋନରେ 13 ଜଣଙ୍କର ମୃତ୍ୟୁ ଘଟିଛି।

ମୋଟ ଉପରେ, ରେଳ ସୁରକ୍ଷା ବଳର ତଥ୍ୟ ଅନୁଯାୟୀ, ମେ 9 ରୁ 27 ମେ ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 80 ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁ ସ୍ଥିତି ଉଦଵେଗଜନକ ବୋଲି କୁହାଯାଉଛି।

ଏହି ଟ୍ରେନ୍ ଗୁଡିକ ମେ 1 ରେ ଲଞ୍ଚ କରାଯାଇଥିଲା ଏବଂ ମେ 27 ପର୍ଯ୍ୟନ୍ତ ଏହା ଚଳାଚଳ କରି ପ୍ରାୟ ପାଞ୍ଚ ନିୟୁତ ପ୍ରବାସୀ ଶ୍ରମିକ ଏଥିରେ ଘରକୁ ଫେରିଥିଲେ। ରେଳ ମନ୍ତ୍ରଣାଳୟ ତୁରନ୍ତ ସ୍ପଷ୍ଟ କରି ଦେଇଛି ଯେ, ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ “କ୍ରୋନିକ୍ ରୋଗୀ” ଏବଂ ସେମାନଙ୍କ ମଧ୍ୟରୁ ଅନେକ ସହରରେ “ଚିକିତ୍ସା” ପାଇଁ ଥିଲେ ଏବଂ ଏହି ସ୍ୱତନ୍ତ୍ର ଟ୍ରେନ୍ ଲଞ୍ଚ୍ ହେବା ପରେ ହିଁ ସେମାନେ ଫେରି ଥିଲେ। ଯାତ୍ରୀମାନେ ଥକ୍କାପଣ, ଉତ୍ତାପ ଏବଂ ଭୋକରେ ମୃତ୍ୟୁବରଣ କରିଥିବା କେତେକ ରିପୋର୍ଟରେ ଏହା ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଜଣେ ଆରପିଏଫ୍ ଅଧିକାରୀ ଏହି ସଂଖ୍ୟାକୁ ନିଶ୍ଚିତ କରି କହିଛନ୍ତି ଯେ, ପ୍ରାରମ୍ଭିକ ତାଲିକା ଯାଞ୍ଚ କରାଯାଇଛି, ତଥାପି ରାଜ୍ୟଗୁଡିକ ସହ ସମନ୍ୱୟ ରକ୍ଷା କରିବା ପରେ ଖୁବ୍ ଶୀଘ୍ର ମୃତ୍ୟୁର ଏକ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ରେଳ ବୋର୍ଡର ଚେୟାରମ୍ୟାନ୍ ଭି.କେ ଯାଦବ କହିଛନ୍ତି, କାହାର ଵି ମୃତ୍ୟୁ ଏକ ବଡ କ୍ଷତି ଆମ ପାଇଁ। ଭାରତୀୟ ରେଳବାଇର ନିୟନ୍ତ୍ରଣ ବ୍ୟବସ୍ଥା ଅଛି ଯଦି କେହି ଅସୁସ୍ଥ ହୋଇପଡନ୍ତି ତେବେ ଟ୍ରେନକୁ ତୁରନ୍ତ ବନ୍ଦ କରିଦିଆଯାଏ ଏବଂ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଏ। ଚେଷ୍ଟା ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ। ମୃତ୍ୟୁ ମାମଲାରେ ସ୍ଥାନୀୟ ଜୋନ୍ ଏହାର କାରଣ ଅନୁସନ୍ଧାନ କରିଥାଏ ଏବଂ ବିନା ଅନୁସନ୍ଧାନରେ ଖାଦ୍ୟ ଅଭାବ ନ ଥିବାରୁ ସେମାନେ ଭୋକରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। କିଛି ମୃତ୍ୟୁ ଘଟିଛି ଏବଂ ଆମେ ଏହି ଆକଳନ ସଂକଳନ କରୁଛୁ। କିଛି ଦିନ ମଧ୍ୟରେ ଆମେ ଏହି ସଂଖ୍ୟା ପ୍ରଦାନ କରିବୁ।

ଶୁକ୍ରବାର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସ୍ପଷ୍ଟ କୁହାଯାଇଛି ଯେ, ଶ୍ରମିକ ଟ୍ରେନ୍ ଦ୍ୱାରା ଯାତ୍ରା କରିବାକୁ ଯେଉଁମାନେ ଚାହୁଁଛନ୍ତି, ସତର୍କତା ଅଵଲମ୍ବନ କରନ୍ତୁ। ଅସୁସ୍ଥତା ଭୋଗୁଥିବା ଲୋକଙ୍କୁ ନିବେଦନ କରିଛନ୍ତି କି, ଟ୍ରେନ୍ ଯାତ୍ରା କରନ୍ତୁ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.