ନୂଆଦିଲ୍ଲୀ: କୋରୋନା କାଳରେ ଭାରତୀୟ ରେଳ ଖାଦ୍ୟ ଯୋଗାଣ ଠାରୁ ଅତ୍ୟାବଶକୀୟ ଔଷଧ ପରିବହନ ସମସ୍ତ କ୍ଷେତ୍ରକୁ ସୁଚାରୁରୂପେ ପାଳନ କରୁଛି । ଏନେଇ ବୁଧବାର ରେଳ ବିଭାଗ କହିଛି ଯେ ଏହା ମେ 1 ଠାରୁ 115ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିଛି ଯେଉଁଥିରେ ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନିଜ ନିଜ ଠିକଣାରେ ପହଞ୍ଚାଯାଇଛି ।
ଭାରତୀୟ ରେଳ କହିଛି ଯେ, ବୁଧବାର ଚାଲୁଥିବା 42ଟି ଟ୍ରେନ ମଧ୍ୟରୁ 22ଟି ଦିନରେ ଷ୍ଟେସନ ଛାଡିଛି । ସେହିପରି ରାତିରେ ଆଉ 20ଟି ଟ୍ରେନ୍ ଚାଲିବ | ମଙ୍ଗଳବାର ରାତି ପର୍ଯ୍ୟନ୍ତ କୋରୋନାଭାଇରସ କାରଣରୁ ତାଲାବନ୍ଦ ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଭାରତୀୟ ରେଳବାଇ 88ଟି ଟ୍ରେନ ଚଳାଚଳ କରିଛି ।
ପ୍ରତ୍ୟେକ ସ୍ବତନ୍ତ୍ର ଟ୍ରେନରେ 24ଟି କମ୍ପାର୍ଟମେଣ୍ଟ ଏବଂ ପ୍ରତ୍ୟେକ ବିଭାଗରେ 72ଟି ସିଟ୍ ଅଛି । ସାମାଜିକ ଦୂରତା ନିୟମ ମାନିବାକୁ ହେଲେ କେବଳ 54 ଜଣ ଯାତ୍ରୀ ଗୋଟିଏ ଡବାରେ ବସନ୍ତି ।
ଏହି ସେବାଗୁଡିକ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ରେଳବାଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରି ନାହିଁ, ଯଦିଓ ସରକାର କହିଛନ୍ତି ଯେ ଏହି ଖର୍ଚ୍ଚ 85 ଏବଂ 15 ଅନୁପାତରେ ରାଜ୍ୟମାନଙ୍କ ସହ ବାଣ୍ଟି ଦିଆଯାଇଛି । ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ରେଳବାଇ ପ୍ରତ୍ୟେକ ସେବାରେ 80 ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।