ପାଟନା: ଆଜି ପାଟନା କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧି । ରାହୁଲଙ୍କ ବିରୋଧରେ ଦାଏର ହୋଇଥିବା ମାନହାନୀ ମକଦ୍ଦମାର ଆଜି ଶୁଣାଣି । କିଛି ଦିନ ତଳେ ରାହୁଲ ଦେଇଥିବା 'କାହିଁକି ସବୁ ଚୋରଙ୍କ ସାଙ୍ଗିଆ ମୋଦି' ବୟାନ ବିରୋଧରେ ବିହାର ଉପ ମୁଖ୍ୟମନ୍ତ୍ରୀ ଶୁଶୀଲ ମୋଦି ମାନହାନୀ ମକଦ୍ଦମା ଦାଏର କରିଥିଲେ ।
ତେବେ ସମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା ସହ 'ବିଜେପି-ଆରଏସଏସ ବିଚାରଧାରା'କୁ ଯୋଡି ରାହୁଲ ଦେଇଥିବା ବୟାନ ପାଇଁ ତାଙ୍କୁ 15 ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ଏହ ମାମଲାରେ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା ।