ETV Bharat / bharat

'ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ହେବା ଉଚିତ ' - rahul gandhi

ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ଉଚିତ ବୋଲି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ସଚିନ ପାଇଲଟ କହିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jun 25, 2020, 5:09 PM IST

ଜୟପୁର: ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ଉଚିତ ବୋଲି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ସଚିନ ପାଇଲଟ କହିଛନ୍ତି । ତେବେ ରାହୁଲ ଗାନ୍ଧୀ ପୁଣିଥରେ ଏହି ଦାୟିତ୍ବ ଗ୍ରହଣ କରନ୍ତୁ ବୋଲ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ଦାବି କରୁଥିବା ପାଇଲଟ କହିଛନ୍ତି ।

ଏନେଇ ରାଜସ୍ଥାନ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ରୂପରେ ଦେଖିବାକୁ ସମସ୍ତେ ଚାହୁଁଥିବା ପାଇଲଟ କହିଛନ୍ତି । ଭାରତ-ଚୀନ ବିବାଦ, ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଆଦି ପ୍ରସଙ୍ଗ ନେଇ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଲଗାତାର ପ୍ରଶ୍ନ କରୁଛନ୍ତି । ତେଣୁ ସେମାନେ ଏହି ଦାବି କରୁଛନ୍ତି ବୋଲି ପାଇଲଟ କହିଛନ୍ତି ।

ସେପଟେ ଭାରତ-ଚୀନ ସୀମା ବିବାଦ ଏବଂ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପାଇଲଟ । ସେ କହିଛନ୍ତି, ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ଏବେ ବି ଦ୍ବନ୍ଦ ରହିଛି । ଡିଜେଲ ଏବଂ ପେଟ୍ରୋଲ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏହା ସାଧାରଣ ଲୋକଙ୍କ ଉପରେ ଚାପ ସୃଷ୍ଟି କରୁଛି । ଏହି ଦର ବୃଦ୍ଧି ବିରୋଧରେ ଦଳ ଜୁନ 29ରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.