ETV Bharat / bharat

ଇତିହାସରେ ପ୍ରଥମ ଥର ଭାରତରେ ଅର୍ଥନୀତିରେ ଅବନତି: ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀ

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ନକାରାତ୍ମକ ଅଭିବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। ଏହାକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Nov 12, 2020, 1:56 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ନକାରାତ୍ମକ ଅଭିବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି। ଆରବିଆଇ ଆକଳନ ଅନୁଯାୟୀ, କ୍ରମାଗତ ଦ୍ୱିତୀୟ ତ୍ରୟ ମାସିକ ପାଇଁ ଜିଡିପିର ଅଭିବୃଦ୍ଧି ହାର ନକାରାତ୍ମକ ରହିପାରେ। ଏହାକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଇତିହାସରେ ପ୍ରଥମ ଥର ପାଇଁ ଭାରତ ଅର୍ଥନୈତିକ ଅବନତିରେ ପ୍ରବେଶ କରିଛି । ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ତାଙ୍କର କାର୍ଯ୍ୟକଳାପ ଭାରତର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଛି। ଅନ୍ୟପକ୍ଷେ ଆର୍ଥିକ ସମୀକ୍ଷା ସମ୍ପର୍କରେ ଆରବିଆଇ ଏପର୍ଯ୍ୟନ୍ତ ସରକାରୀ ଆକଳନ ପ୍ରକାଶ କରିନାହିଁ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୂର୍ବାନୁମାନ କରିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ମାଇନସ୍ 9.5 ପ୍ରତିଶତ ହୋଇପାରେ। ଏହାପୂର୍ବରୁ ଏପ୍ରିଲରୁ ଜୁନ୍ ପ୍ରଥମ ତ୍ରୟ ମାସିକରେ ଜିଡିପି ଅଭିବୃଦ୍ଧି ହାର ମାଇନସରେ ଥିଲା ।

କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ପ୍ରଥମ ତ୍ରୟ ମାସରେ ଅଭିବୃଦ୍ଧି ହାର ମାଇନସ୍ 23.9 ପ୍ରତିଶତ ଥିଲା। ପ୍ରକାଶଥାଉକି, ଦେଶରେ କୋରୋନା ମହାମାରୀକୁ ରୋକିବା ପାଇଁ ସରକାର ମାର୍ଚ୍ଚ ଶେଷରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲେ । ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ସ୍ପଷ୍ଟ ଭାବରେ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.