ETV Bharat / bharat

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ, ମନେପକାଇଲେ ରାହୁଲ - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ । ଶ୍ରଦ୍ଧାଞ୍ଜଳି ଜଣାଇଲେ ନାତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
author img

By

Published : Nov 19, 2020, 10:57 AM IST

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ । ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ତଥା ନାତି ରାହୁଲ ଗାନ୍ଧୀ । ଇନ୍ଦିରାଙ୍କ 103 ତମ ଜନ୍ମ ଜୟନ୍ତୀ ଅବସରରେ ଶକ୍ତି ସ୍ଥଳକୁ ଯାଇ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଟ୍ବିଟ୍‌ କରି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାହୁଲ ।

ଟ୍ବିଟ୍‌ରେ ସେ ଇନ୍ଦିରାଙ୍କ ଏକ ଫଟୋ ସେୟାର କରିବା ସହ ସେ ଜଣେ କାର୍ଯ୍ୟକୁଶଳୀ ପ୍ରଧାନମନ୍ତ୍ରୀ ଥିବା କହିଛନ୍ତି କଂଗ୍ରେସ ନେତା । ଏହାସହ ଶକ୍ତି ସରୂପ ବୋଲି ମଧ୍ୟ ତାଙ୍କ ସମ୍ବୋଧନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ
ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ

ସେହିପରି ପୂରା ଦେଶ ତାଙ୍କ ପ୍ରଭାବଶାଳୀ ନେତୃତ୍ବକୁ ଆଜି ବି ମନେପକାଉଛି । ହେଲେ ମୁଁ ତାଙ୍କୁ ମୋ ପ୍ରିୟର ଜେଜେମା ହିସାବରେ ମନେପକାଉଛି । ସେ ଶିଖାଇଥିବା କଥା ମୋତେ ନିରନ୍ତର ପ୍ରଭାବିତ କରେ ବୋଲି ମଧ୍ୟ ଟ୍ବିଟ୍‌ କରି ଜଣାଇଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ଅନେକ କଂଗ୍ରେସ ନେତା ମଧ୍ୟ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନ୍ୟପଟେ କଂଗ୍ରେସ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରୁ ମଧ୍ୟ ଟ୍ବିଟ୍‌ କରାଯାଇ ଇନ୍ଦିରାଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସୂଚନାଥାଉକି, 1917 ମସିହା ନଭେମ୍ବର 19 ତାରିଖରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କର ଜନ୍ମ ହୋଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ମାତା କମଳା ନେହେରୁଙ୍କର ସେ ସନ୍ତାନ ଥିଲେ । ଇନ୍ଦିରା 1966ରୁ 1977 ଓ 1980ରୁ 1984 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.