ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଭାରତ ଜୋରଦାର ଚେଷ୍ଟା ଜାରି ରଖିଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ମୁକାବିଲାରେ ରେଡିଓର ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ମୋଦି ।
ଏଭଳି ସମୟରେ ଲୋକଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି କରିବା ସହ ଲୋକଙ୍କ ମନରେ ଭୟକୁ କମ୍ କରିବା ଜରୁରୀ ଓ ଏଥିରେ ରେଡିଓର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମୋଦି ଟ୍ବିଟ କରିଛନ୍ତି । ରେଡିଓ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିବ ବୋଲି ସେ କହିଛନ୍ତି ।
ନିକଟରେ ମୋଦି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ରେଡିଓ ଆରଜେଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ସେଠାରେ ସେ ରେଡିଓର ଭୂମିକାକୁ ବେଶ୍ ପ୍ରଶଂସା କରିଥିଲେ ଓ ଏହାସହ ରେଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ସେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ