ETV Bharat / bharat

ଶହୀଦଙ୍କ ପ୍ରତିଶୋଧ, ପୁଣେରେ ବର୍ଜନ ଚୀନର ସମସ୍ତ ଉତ୍ପାଦ - ban sale purchase of chinese products

20 ଭାରତୀୟ ଯବାନ ଶହୀଦ ହେବା ପରେ ପୁଣେର ଏକ ଗାଁରେ ବୟକଟ ହେଲା ଚୀନ ସାମଗ୍ରୀ । ଏନେଇ ଗ୍ରାମ ପଞ୍ଚାୟତ ପକ୍ଷରୁ ଏକ ସଂକଳ୍ପ ପାରିତ ହୋଇଛି । ଅଧିକ ପଢନ୍ତୁ...

ଶହୀଦଙ୍କ ପ୍ରତିଶୋଧ, ପୁନେ ଗାଁରେ ବର୍ଜନ ଚୀନର ସମସ୍ତ ଉତ୍ପାଦ

author img

By

Published : Jun 27, 2020, 11:38 AM IST

ପୁଣେ: ଗଲୱାନ ଘାଟିରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପର ଠାରୁ ଦେଶରେ ଚୀନ ବିରୋଧୀରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଚୀନ ସାମଗ୍ରୀକୁ ବୟକଟ କରାଯାଉଛି । ପୁନେର ଏକ ଗାଁରେ ମଧ୍ୟ ଚୀନ ସାମଗ୍ରୀ ବର୍ଜନ ନେଇ ଏକ ସଂକଳ୍ପ ପାରିତ ହୋଇଯାଇଛି । ଜୁଲାଇ 1ରୁ ଏଠାରେ ଚାଇନା ସାମଗ୍ରୀ ବ୍ରିକି ଓ କିଣାକିଣି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କୋନ୍ଦଭେ ଧାଭଦେ ଗାଁର ଗ୍ରାମ ପଞ୍ଚାୟତର ସଦସ୍ୟଙ୍କ ଦ୍ବାରା ଏହି ସଂକଳ୍ପ ପାରିତ କରାଯାଇଛି । କୌଣସି ଦୋକାନୀ ଚାଇନା ସାମଗ୍ରୀ ବିକ୍ରି କିମ୍ବା ଗ୍ରାମବାସୀ କିଣାକିଣି କରି ପାରିବେ ନାହିଁ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ଗାଁ ସମସ୍ତ ଦୋକାନୀଙ୍କୁ ଅବଗତ କରାଇବେ ।

ସରପଞ୍ଚ ନିତିନ ଧାଭଡେ କହିଛନ୍ତି, ଏହି ନିଷ୍ପତ୍ତି ମାସିକ ବୈଠକରେ ନିଆଯାଇଛି । ଏନେଇ କଣ୍ଟ୍ରାକ୍ଟରଙ୍କୁ ମଧ୍ୟ ଜଣାଇଦିଆଯାଇଛି । ଖୁବଶୀଘ୍ର ଚାଇନା ସାମଗ୍ରୀ ବ୍ରିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଦୋକାନୀକୁ ଜଣାଯିବ । ଏଥିପାଇଁ ଚୀନ ବିରୋଧୀ ପୋଷ୍ଟର ଓ ବ୍ୟାନର ଲଗାଯିବ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.