ETV Bharat / bharat

କେଦାରନାଥ ମନ୍ଦିରର ସଭାମଣ୍ଡପ ଓ ଗର୍ଭଗୃହ ପ୍ରବେଶକୁ ବାରଣ, ନିରାଶ ଶ୍ରଦ୍ଧାଳୁ

author img

By

Published : Jul 17, 2020, 12:13 PM IST

କୋରୋନା ଭାଇରାସ ଯୋଗୁଁ ଦେବସ୍ଥାନମ୍‌ ବୋର୍ଡ ଶ୍ରଦ୍ଧାଳୁଙ୍କୁ କେବଳ ମନ୍ଦିର ପରିସର ଯାଏଁ ଆସିବାର ଅନୁମତି ଦେଇଛି । ଫଳରେ ବାବା କେଦାରନାଥଙ୍କ ଭକ୍ତ ତାଙ୍କର ଦର୍ଶନ କରି ପାରୁ ନାହାଁନ୍ତି । ଏହାକୁ ନେଇ ସେମାନେ ବେଶ୍‌ ଦୁଃଖିତ ହେଉଛନ୍ତି ।

କେଦାରନାଥ ମନ୍ଦିରର ସଭାମଣ୍ଡପ ଓ ଗର୍ଭଗୃହରେ ପ୍ରବେଶକୁ ବାରଣ, ନିରାଶ ଶ୍ରଦ୍ଧାଳୁ

ଡେରାଡୁନ: 18କି.ମି ପାଦଚଲା ଦୁର୍ଗମ ରାସ୍ତା ଅତିକ୍ରମ କରି ଶ୍ରଦ୍ଧାଳୁମାନେ ଆସି ପହଞ୍ଚୁଛନ୍ତି କେଦାରନାଥ ଧାମରେ । ହେଲେ ବାବା କେଦାରନାଥଙ୍କ ଦର୍ଶନ କରି ପାରୁ ନାହାଁନ୍ତି ଶ୍ରଦ୍ଧାଳୁ । ଫଳରେ କେଦାରନାଥ ଧାମରୁ ନିରାଶ ମନରେ ଫେରୁଛନ୍ତି । ଏଥିଲାଗି ଧାମର ତୀର୍ଥ ପୁରୋହିତମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଥାଉକି, କୋରୋନା ମହାମାରୀ ମଧ୍ୟରେ ଉତ୍ତରାଖଣ୍ଡର ବାସିନ୍ଦାଙ୍କୁ କେଦାରନାଥଧାମର ଯାତ୍ରା ନିମନ୍ତେ ଅନୁମତି ମିଳିଛି । କିନ୍ତୁ ଦେବସ୍ଥାନମ୍‌ ବୋର୍ଡ ଶ୍ରଦ୍ଧାଳୁଙ୍କୁ କେବଳ ମନ୍ଦିର ପରିସର ଯାଏଁ ଯିବାର ଅନୁମତି ଦେଇଛନ୍ତି । ମନ୍ଦିରର ସଭାମଣ୍ଡପ ଓ ଗର୍ଭଗୃହରେ ପ୍ରବେଶ ଉପରେ ଲାଗିଛି କଟକଣା । ଏପଟେ ବାବା କେଦାରନାଥ ତ୍ରିକୋଣୀୟ ଆକାରର ମନ୍ଦିରର ଗର୍ଭଗୃହରେ ବିରାଜମାନ ଅଛନ୍ତି। ଫଳରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ।

ସେଠାକାର ତୀର୍ଥ ପୁରୋହିତ ଅଙ୍କିତ ସେମଓ୍ବାନ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ଏତେ ଦୂରରୁ ଆସୁଛନ୍ତି ବାବାଙ୍କ ଦର୍ଶନ ପାଇଁ କିନ୍ତୁ ମନ୍ଦିର ମଧ୍ୟକୁ ପ୍ରବେଶକୁ ଅନୁମତି ଦିଆଯାଉ ନାହିଁ । ସରକାର ସଭାମଣ୍ଡପରୁ ବାବାଙ୍କ ଦର୍ଶନ ନିମନ୍ତେ ଅନୁମତି ଦେବା ଉଚିତ ।

ଅନ୍ୟପଟେ ପୋଲିସ ଅଧିକ୍ଷକ ନବନୀତ ସିଂ ଭୁଲ୍ଲର କହିଛନ୍ତି ଯେ, କୋରୋନା ସଂକ୍ରମଣକୁ ଦେଖି ଗର୍ଭଗୃହ ଓ ସଭାମଣ୍ଡପରେ ଭକ୍ତଙ୍କ ପ୍ରବେଶରେ କଟକଣା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.