ବେଙ୍ଗାଲୁରୁ: ହଟଗୋଳ ନେଇ ଗୃହ ମୁଲତବୀ ଯୋଗୁଁ କର୍ଣ୍ଣାଟକ ବିଧାସଭାରେ ଆସ୍ଥା ଭୋଟ ଟଳିବା ପରେ, ଆସନ୍ତାକାଲି ଦିନ 1.30 ସୁଦ୍ଧା ସରକାରକୁ ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ଭାଜୁଭାଇ ଭାଲା ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟପାଳ ପୂର୍ବରୁ ମଧ୍ୟ ଶୁକ୍ରବାର ହିଁ ଆସ୍ଥା ଭୋଟ ଶେଷ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବାଚସ୍ପତି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଭ୍ରୃକ୍ଷେପ କରି ଗୃହକୁ ମୁଲତବୀ କରି ଦେଇଥିଲେ ।