ETV Bharat / bharat

ହିମାଚଳପ୍ରଦେଶର 5ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

author img

By

Published : Nov 1, 2020, 10:23 PM IST

ହିମାଚଳ ପ୍ରଦେଶର 5ଟି ମଧ୍ୟମ ଓ ଉଚ୍ଚ ଜିଲ୍ଲାରେ ବର୍ଷା ଓ ବରଫପାତ ହେବାନେଇ ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଉକ୍ତ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶର 5ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ସିମଲା: ହିମାଚଳପ୍ରଦେଶରେ ମଧ୍ୟବତୀ ଓ ଉଚ୍ଚା ସ୍ଥାନରେ ବର୍ଷା ଓ ବରଫପାତ ହେବ ବୋଲି ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ କେତକ ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟ ପାଣିପାଗ ବିଭାଗ 5ଟି ଉଚ୍ଚ ଓ ମଧ୍ୟବର୍ତ୍ତୀ ଜିଲ୍ଲାରେ ବର୍ଷା ଓ ବରଫପାତ ହେବ ବୋଲି ସୂଚନା ଦେଇଥିଲା । ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି ଚଂବା, କଙ୍ଗଡା, କୁଲ୍ଲୁ, ମଣ୍ଡି ଏବଂ ଶିମଲା । ଏନେଇ ରାଜ୍ୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନମୋହନ ସିଂହ ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ ଅନୁଯାୟୀ ଅନୁଯାୟୀ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଭଲ ରହିବ। ଉପର ଅଞ୍ଚଳରେ ବର୍ଷା କାରଣରୁ ତାପମାତ୍ରା ତଳକୁ ଖସିଛି, ଫଳରେ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି | ଅକ୍ଟୋବର ମାସରେ ସବୁଠୁ କମ୍ 99 ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ତେବେ ଉପର ଅଞ୍ଚଳରେ ହାଲୁକା ତୁଷାରପାତ ହୋଇଛି ଯାହା ତାପମାତ୍ରାକୁ ହ୍ରାସ କରିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟର କଲ୍ପାରେ 3.5, ମନାଲି 5.0, ସୋଲାନ୍ 9.5, ଭୁଣ୍ଟର 8.8, ମଣ୍ଡି 7.1, ଶିମଲା 10.7, ଧର୍ମଶାଳା 10.8 ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ତେବେ ରାଜ୍ୟରେ ସକାଳ ଓ ସନ୍ଧ୍ୟାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.