ETV Bharat / bharat

14ଦିନିଆ ରିମାଣ୍ଡରେ ଗଲେ ଦେଶ ବିରୋଧୀ ନାରା ଦେଇଥିବା ଅମୁଲ୍ୟା - 14ଦିନିଆ ରିମାଣ୍ଡରେ ଗଲେ ଅମୁଲ୍ୟା

ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓଓ୍ବେସିଙ୍କ ରାଲିରେ ଦେଶ ବିରୋଧୀ ସ୍ଳୋଗାନ ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ତାଙ୍କୁ 14ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଅଧିକ ପଢନ୍ତୁ...

amulya-leona
ଅମୁଲ୍ୟା ଲିୟୋନା
author img

By

Published : Feb 21, 2020, 12:22 PM IST

ବେଙ୍ଗାଲୁରୁ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓଓ୍ବେସିଙ୍କ ରାଲିରେ ଦେଶ ବିରୋଧୀ ସ୍ଳୋଗାନ ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୁଲ୍ୟା ଲିୟୋନା ନାମକ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି । ଗିରଫ ପରେ ତାଙ୍କୁ 14ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତାଙ୍କୁ ପରପ୍ପାନା ଅଗ୍ରହାରା ସେଣ୍ଟ୍ରାଲ ଜେଲରେ ରଖାଯିବ ।

ଅମୁଲ୍ୟା ଲିୟୋନା

ଅନ୍ୟପକ୍ଷରେ ବେଙ୍ଗାଲୁରୁ ପୋଲିସ ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଫ୍ରିଡମ ପାର୍କରେ ଆୟୋଜିତ ରାଲିର ଆୟୋଜକଙ୍କୁ ନୋଟିସ ଜାରି କରିଛି । ପଚରା ଉଚରା ପାଇଁ ତାଙ୍କୁ ଆଜି ସକାଳୁ ହାଜର ହେବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ଅମୁଲ୍ୟାଙ୍କ ଏଭଳି କାର୍ଯ୍ୟକଳାପକୁ ତାଙ୍କ ପିତା ବିରୋଧ କରିଛନ୍ତି । କେବଳ ଏହି ନାରା ନୁହେଁ କୌଣସି ବି ଦେଶ ବିରୋଧୀ ନାରା ଦେବା ଭୁଲ ବୋଲି ସେ କହିଛନ୍ତି । ଏନେଇ ଅମୁଲ୍ୟାଙ୍କ ବାପା କହିଛନ୍ତି, ସେ ବହି ପଢିବାକୁ ଭଲପାଏ । କିନ୍ତୁ ଏନଆରସି ଆସିବା ପରେ ତା ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ସେ କାହା ସହ ସମ୍ପର୍କରେ ରହୁଛି ସେନେଇ ଆମେ ଜାଣିନାହୁଁ । ତା ବ୍ୟବହାର ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି । ସେପଟେ ଅମୁଲ୍ୟାଙ୍କ ଏଭଳି କାର୍ଯ୍ୟକଳାପର ଦଣ୍ଡ ତାଙ୍କ ପରିବାର ଲୋକଙ୍କୁ ଭୋଗିବାକୁ ପଡିଛି । ଉତ୍ତେଜିତ ଲୋକ ଅମୁଲ୍ୟାଙ୍କ ଘରରେ ପଥର ମାଡ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା । ଓ୍ବାଇସି ଏହି ସଭାରେ ଯୋଗଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ସମ୍ପୃକ୍ତ ଯୁବତୀ ଜଣଙ୍କ ତୁରନ୍ତ ମାଇକ ଧରି ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.