ETV Bharat / bharat

ପ୍ରିୟଙ୍କା ଗାନ୍ଧୀ, ରବର୍ଟ ଭଦ୍ରା ରାଜନୀତିର 'ବଣ୍ଟି-ବବଲି': ଜିଭିଏଲ ନରସିଂହ ରାଓ

author img

By

Published : Mar 10, 2020, 11:06 AM IST

ବିଜେପି ରାଜ୍ୟସଭା ସାଂସଦ ଜିଭିଏଲ ନରସିଂହ ରାଓ ଏହାକୁ ନେଇ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି । ‘ବଣ୍ଟି ବବଲି’ - ହିନ୍ଦୀ ଚଳଚ୍ଚିତ୍ର ଚରିତ୍ର ଯେଉଁଭଳି ଠକାମୀରେ ଲିପ୍ତ ଥିଲେ ଏବେ ରାଜନୀତିରେ ବି ଏମାନେ ଏହି କୁଖ୍ୟାତ ଯୋଡି ହୋଇଗଲେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

GVL Narasimha Rao
GVL Narasimha Rao

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପେଣ୍ଟିଂଙ୍କୁ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଆସିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ରାଜ୍ୟସଭା ସାଂସଦ ଜିଭିଏଲ ନରସିଂହ ରାଓ ଏହାକୁ ନେଇ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି । ‘ବଣ୍ଟି-ବବଲି’ - ହିନ୍ଦୀ ଚଳଚ୍ଚିତ୍ର ଚରିତ୍ର ଯେଉଁଭଳି ଠକାମିରେ ଲିପ୍ତ ଥିଲେ ଏବେ ରାଜନୀତିରେ ଏମାନେ ଏହି କୁଖ୍ୟାତ ଯୋଡି ହୋଇଗଲେ ବୋଲି ସେ କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ, ରବର୍ଟ ଭଦ୍ରା ରାଜନୀତିର 'ବଣ୍ଟି-ବବଲି': ଜିଭିଏଲ ନରସିଂହ ରାଓ

ଇଟିଭି ଭାରତ ଏକ ସ୍ବତନ୍ତ୍ର ଆଲୋଚନାରେ ଜିଭିଏଲ ନରସିଂହ ରାଓ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ବେଆଇନ ଉପାୟରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। କୋଟି କୋଟି ଟଙ୍କା ରୋଜଗାର କରିବା ପାଇଁ ସେମାନେ ନୂତନ କୌଶଳ ଆପଣାଉଛନ୍ତି । ଏହି ଦମ୍ପତି ନିଜକୁ ଭାରତୀୟ ରାଜନୀତିର ‘ବଣ୍ଟି-ବବଲି’ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେହିଭଳି କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ୟଙ୍ଗ ଇଣ୍ଡିଆ କମ୍ପାନୀ ମାମଲାରେ ଟିକସ ଫାଙ୍କିବା ଅଭିଯୋଗ କରିଛନ୍ତି । ବିଜେପି ନେତା କହିଛନ୍ତି ଯେ ଏନପିଏ ଯୋଗୁଁ ବ୍ୟାଙ୍କଗୁଡିକ ବିଫଳ ହୋଇଛନ୍ତି । ଏହି ସମସ୍ତ ଏନପିଏ କଂଗ୍ରେସ ଶାସନ ସମୟର ବୋଲି ସେ କହିଛନ୍ତି । ଅନେକ ସ୍କାମରେ କଂଗ୍ରେସ ଜଡିତ ଥିବା କଥା ସେ କହିଛନ୍ତି ।

ସେ କହିଛନ୍ତି ଯେ, ସମଗ୍ର ଗାନ୍ଧୀ ପରିବାରକୁ ଅନେକ ମାମଲାରେ ଜଡ଼ିତ ଥିବାରୁ ଯାଞ୍ଚ କରାଯାଉଛି । କଂଗ୍ରେସ ସର୍ବଦା ଦୁର୍ନୀତିର ପକ୍ଷ ନେଉଥିବା କଥା ସେ କହିଛନ୍ତି । ସେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିନ୍ଦା କରି କହିଛନ୍ତି ଯେ ବହୁ କୋଟି ଶାରଦା ଚିଟ୍ ଫଣ୍ଡ ସ୍କାମ ମାମଲାରେ ସେ ମଧ୍ୟ କଂଗ୍ରେସ ଭଳି ସମାନ କାର୍ଯ୍ୟ କରିଛନ୍ତି ।

ଦିଲ୍ଲୀ ହିଂସା ଉପରେ ସେ କହିଛନ୍ତି ଯେ, ଏହି ସବୁ ଘଟଣା ପଛରେ ରାଷ୍ଟ୍ର ବିରୋଧୀ ଶକ୍ତି କାର୍ଯ୍ୟ କରୁଛି ଏବଂ ଏହି ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଆକ୍ରମଣ କରୁଥିବା କଂଗ୍ରେସ ଖୁବ୍ ଶୀଘ୍ର ଏହାର ସଠିକ ଜବାବ ପାଇଯିବ ବୋଲି ସେ କହିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.