ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଦଳରେ ମହାସଚିବ ପଦରେ ଦାୟିତ୍ୱ ନେବା ପରେ ପରେ ସୋସିଆଲ ମିଡିଆରେ ଡେବ୍ୟୁ କରିଛନ୍ତି । ପ୍ରଥମ ଦିନରେ 32 ହଜାର ଫଲୋଅର ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ଟୁଇଟର ଦ୍ୱାରା ଭେରିଫାଇଡ ହୋଇଛନ୍ତି । ଉତ୍ତର ପ୍ରଦେଶରେ କୈଣସି ଆସନରୁ ଚଳିତଥର ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ।
ନିକଟରେ ବିସଏସପି ସୁପ୍ରିମୋ ମାୟାବତୀ ମଧ୍ୟ ଟୁଇଟରରେ ଡେବ୍ୟୁ କରିଛନ୍ତି । ସୂଚନା ରହିଛି କେ ଏବେ ଦେଶରେ ଫେସବୁକ ପରେ ଟୁଇଟର ପାଲଟିଛି ଲୋକପ୍ରିୟ ସୋସିଆଲ ସାଇଟ୍ । ନିଜର କୌଣସି ବାର୍ତ୍ତା ଦେବାକୁ ଚାହୁଁଥିଲେ ଘରେ ବସି ମଧ୍ୟ ଟୁଇଟରରେ ପ୍ରତିକ୍ରିୟା ରଖିହେବ । ଯାହାକୁ ରାଜନୈତିକ ଦଳ ଓ ନେତା ଏକ ପ୍ରକାର ଅସ୍ତ୍ର କରିଛନ୍ତି ଲୋକଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ।