ETV Bharat / bharat

ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

author img

By

Published : Apr 14, 2020, 4:23 PM IST

ଆଜି ଭାରତୀୟ ସମ୍ବିଧାନର ଜନକ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ...

ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଧୁନିକ ଭାରତର ମୁଖ୍ୟବିନ୍ଧାଣୀ । ସ୍ବାଧିନ ଭାରତର ପ୍ରଥମ ଆଇନମନ୍ତ୍ରୀ । ସମ୍ବିଧାନ ପ୍ରଣେତା ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି ଜୟନ୍ତି । ଏହି ମହାନ ଜନନାୟକଙ୍କୁ ସାରା ଦେଶ ଦେଉଛି ଗଭୀର ଶ୍ରଦ୍ଧାଞ୍ଜଳି ।

ଏହି ଅବସରରେ ରାଷ୍ଚ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଆମ୍ବେଦକର ସର୍ବଦା ନ୍ୟାୟ ଏବଂ ସମାନତା ଉପରେ ଆଧାରିତ ଏକ ସମାଜ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ଦୃଷ୍ଟିକୋଣ ଓ ଆଦର୍ଶକୁ ପ୍ରେରଣା କରିବାକୁ ସେ ଆହ୍ବାନ କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ନଡ୍ଡା କହିଛନ୍ତି ଆମ୍ବେଦକର ଦେଇଯାଇଥିବା ମାର୍ଗଦର୍ଶନକୁ ପାଥେୟ କରି ଆଜି ବିଜେପି କାର୍ଯ୍ୟ କରୁଛି । ବାବା ସାହେବ ମାତ୍ର 65 ବର୍ଷରେ ଦେଶକୁ ସାମାଜିକ, ଆର୍ଥିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଓ ସାମ୍ବିଧାନିକ କ୍ଷେତ୍ରରେ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଅତୁଳନୀୟ ବୋଲି ନଡ୍ଡା କହିଛନ୍ତି । ଆଧୁନିକ ଭାରତର ନିର୍ମାଣ ଏବଂ ତାଙ୍କର ଭୂମିକା ପାଇଁ ସବୁଦିନେ ଏହି ରାଷ୍ଟ୍ର ତାଙ୍କ ପାଖରେ କୃତଜ୍ଞ ରହିବ ବୋଲି ବିଜେପି ଅଧ୍ୟକ୍ଷ କହିଛନ୍ତି ।

ଦେଶର ସମ୍ବିଧାନ ପ୍ରଣୟନରେ ସମାନତା, ବନ୍ଧୁତ୍ବ ଓ ମାନବତା ଆଧାରିତ ଭାରତୀୟ ସମ୍ବିଧାନକୁ 2 ବର୍ଷ 11 ମାସ 18 ଦିନରେ ପ୍ରସ୍ତୁତ କରିବାରେ ବାବା ସାହେବଙ୍କ ଭୂମିକା ଅତୁଳନୀୟ, ଅବର୍ଣ୍ଣନୀୟ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.