ମାନିଲା: ଜାପାନ-ଫିଲିପାଇନ୍ସ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପତ୍ନୀ ସବିତା କୋବିନ୍ଦଙ୍କ ସହ ବିଦେଶ ଗସ୍ତରେ ଅଛନ୍ତି ସେ। ଏହି ଅବସରରେ ଶୁକ୍ରବାର ଫିଲିପିନ୍ ପ୍ରତିପକ୍ଷ ରଡ୍ରିଗୋ ଡୁର୍ଟାଟେଙ୍କୁ ଦେବୀ ତାରାଙ୍କ ଏକ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି। ସପ୍ତାହେବ୍ୟାପୀ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି କୋବିନ୍ଦ ବର୍ତ୍ତମାନ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସରେ ଅବସ୍ଥାନ କରୁଛନ୍ତି।
ହିନ୍ଦୁ ଓ ବୌଦ୍ଧ ଧର୍ମରେ ଦେବୀ ତାରା ହେଉଛନ୍ତି ଶକ୍ତିର ପ୍ରତୀକ। ସ୍ବର୍ଣ୍ଣରେ ପ୍ରସ୍ତୁତ ଏହି ଅଗୁସାନ ତାରା ଫିଲିଫାଇନ୍ସରେ ଉଦ୍ଧାର କରାଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟରେ ଦର୍ଶାଯାଇଛି। ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଫିଲିପାଇନ୍ସର ଶାନ୍ତି ଶିକ୍ଷାକେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିର ଅନାବରଣ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ରଡ୍ରିଗୋ ଡୁର୍ଟାଟେଙ୍କ ଆମନ୍ତ୍ରଣ କ୍ରମେ 5 ଦିନ ଫିଲିପାଇନ୍ସ ଯାତ୍ରା କରିଛନ୍ତି ରାଷ୍ଟ୍ରପତି।
ପୂର୍ବରୁ ନୂଆଦିଲ୍ଲୀ ଏବଂ ମାନିଲା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ରହିଛି। ବର୍ତ୍ତମାନ ଦୁଇ ଦେଶ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏହାପରେ ଆକ୍ଟୋବର 21 ତାରିଖରେ ଟୋକିଓରେ ଅୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାପାନ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।