ETV Bharat / bharat

ଇଫକୋ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍‌‌; 2 ଅଫିସର ମୃତ, 15 କର୍ମଚାରୀ ଗୁରୁତର

author img

By

Published : Dec 23, 2020, 8:51 AM IST

ଉତ୍ତରପ୍ରଦେଶ ପ୍ରୟୋଗରାଜ ସ୍ଥିତ ଫୁଲପୁର ଇଫ୍‌କୋ(IFFCO) ପ୍ଲାଣ୍ଟରେ ଗ୍ୟାସ ଲିକ୍‌ । ଆମୋନିଆ ଗ୍ୟାସ ଲିକ ହୋଇ 2 ଅଫିସର ବିପି ସିଂ ଓ ଅଭିନନ୍ଦନଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଇଫକୋ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍
ଇଫକୋ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟୋଗରାଜ ସ୍ଥିତ ଫୁଲପୁର ଇଫ୍‌କୋ(IFFCO) ପ୍ଲାଣ୍ଟରେ ଗ୍ୟାସ ଲିକ୍‌ । ବିଳମ୍ବିତ ରାତିରେ ଆମୋନିଆ ଗ୍ୟାସ ଲିକ ହୋଇ 2 ଅଫିସର ବିପି ସିଂ ଓ ଅଭିନନ୍ଦନଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ଲାଣ୍ଟରେ କାମ କରୁଥିବା 15 କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁରିଆ ଉତ୍ପାଦନ ୟୁନିଟରେ ପମ୍ପ ଲିକ୍‌ ଯୋଗୁଁ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ମଙ୍ଗଳବାର ରାତି 11 ସମୟରେ ଇଫକୋର ପି-1 ୟୁନିଟରେ ଆମୋନିଆ ଗ୍ୟାସ ଲିକ୍‌ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଅଧିକାରୀ ବାପି ସିଂ ଗ୍ୟାସ ଲିକ୍‌ ବନ୍ଦ କରିବାକୁ ସେଠାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ସେ ସମ୍ପୂର୍ଣ୍ଣ ଜଳିପୋଡି ଯାଇଥିଲେ । ତେବେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ଅନ୍ୟ ଏକ ଅଧିକାରୀ ଅଭିନନ୍ଦନଙ୍କ ଗ୍ୟାସ ଯୋଗୁଁ ଜଳିଯାଇଥିଲେ । ଏହା ପରେ ପ୍ଲାଣ୍ଟର ଅନ୍ୟ କର୍ମଚାରୀ ସେମାନଙ୍କୁ ବାହାର କରିଥିଲେ ।

ଏହି ସମୟରେ ଆମୋନିଆ ଗ୍ୟାସ ପୂରା ପ୍ଲାଣ୍ଟରେ ବ୍ୟାପି ଯାଇଥିଲା । ଫଳରେ ପ୍ଲାଣ୍ଟର କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ସହ ଅନେକ ଚେତାଶୂନ୍ୟ ହୋଇପଡିଯାଇଥିଲା । ସେପଟେ ବିଶେଷଜ୍ଞ ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.