ETV Bharat / bharat

ତେଜୁଛି ବିବାଦ: ସଙ୍କଟରେ ଜେଡିୟୁ, ପ୍ରଚାରରୁ ଓହରିଲେ ପ୍ରଶାନ୍ତ - ଜେଡିୟୁ

ରାଜନୈତିକ ଷ୍ଟ୍ରାଟେଜିମେକର ଥିବା ପ୍ରଶାନ୍ତ କିଶୋର ବର୍ତ୍ତମାନ ୱାଇଏସଆରସିପି ଲିଡର ଜଗନ ମୋହନ ରେଡ୍ଡୀଙ୍କ ପାଇଁ ଷ୍ଟ୍ରାଟେଜି ତିଆରି କରୁଛନ୍ତି । ଏହାପରେ ସେ ଶିବସେନା ପାଇଁ ଆଗାମୀ ନିର୍ବାଚନ ଋଣନୀତି ତିଆରି କରିବେ ।

ଫାଇଲ ଫଟୋ
author img

By

Published : Mar 30, 2019, 6:20 PM IST

ପାଟନା: ବିହାର ରାଜନୈତିକ ପାଣିପାଗ ଏବେ ସରଗରମ । ଗୋଟିଏ ପଟେ ଆରଜେଡି-କଂଗ୍ରେସ ସିଟ ବଣ୍ଟାକୁ ନେଇ ଏହା ଚର୍ଚ୍ଚାରେ ଥିବାବେଳେ ଅନ୍ୟପଟେ ଜେଡିୟୁରେ ଆଭ୍ୟନ୍ତରୀଣ କନ୍ଦଳ ମାମଲାରେ ଉଷ୍ଣତା ଭରିଦେଇଛି । ତେବେ ପ୍ରଚାର ଅଭିଯାନରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ପ୍ରଶାନ୍ତ କିଶୋର ଓହରିଯିବା ପରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ବାହାରେ ପଡିଛି ।

ଶୁକ୍ରବାର ଏକ ଟ୍ବିଟ୍‌ କରି ଜେଡିୟୁ ଜାତୀୟ ଉପସଭାପତି ପ୍ରଶାନ୍ତ ଲେଖିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ଏନଡିଏ ମେଣ୍ଟ ଶକ୍ତିଶାଳୀ ରହିଛି । ଆଗାମୀ ନିର୍ବାଚନରେ ଦଳ ପାଇଁ ପ୍ରଚାର ଦାୟିତ୍ବ ତୁଲାଉଛନ୍ତି ଅଭିଜ୍ଞ ଓ ବରିଷ୍ଠ ନେତା ଆର ସି ପି ସିଂହ । ତାଙ୍କ କାର୍ଯ୍ୟ କେବଳ ସହଯୋଗ କରିବା ଓ ଶିଖିବାର ଥିଲା ବୋଲି ସେ କହିଛନ୍ତି ।

ଏହାସହ ଶୁଣାଯାଉଛି ଯେ ଜଣେ ରାଜନୈତିକ ଷ୍ଟ୍ରାଟେଜିମେକର ଥିବା ପ୍ରଶାନ୍ତ କିଶୋର ବର୍ତ୍ତମାନ ୱାଇଏସଆରସିପି ଲିଡର ଜଗନ ମୋହନ ରେଡ୍ଡୀଙ୍କ ପାଇଁ ଷ୍ଟ୍ରାଟେଜି ତିଆରି କରୁଛନ୍ତି । ଏହାପରେ ସେ ଶିବସେନା ପାଇଁ ଆଗାମୀ ନିର୍ବାଚନ ଋଣନୀତି ତିଆରି କରିବେ ବୋଲି ସୂଚନା ରହିଛି । ତେଣୁ ସେ ଜେଡିୟୁ ପାଇଁ ପ୍ରଚାର କାର୍ଯ୍ୟ କରିପାରିବେ ନାହିଁ । ତେବେ ତାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିଲା ।

ହେଲେ ଏବେ ସେ ଦଳର ପ୍ରଚାର ଅଭିଯାନ ଏବଂ ପରିଚାଳନା କମିଟିର ପ୍ରଭାରୀ ପଦରୁ ଓହରି ଯାଇଛନ୍ତି । ଏହା ପଛରେ ଆର ସି ପି ସିଂହଙ୍କ ସହ ତାଙ୍କ ମତଭେଦ ପ୍ରମୁଖ କାରଣ ବୋଲି କୁହାଯାଉଛି । କିଛିଦିନ ତଳେ ସିଂହ ଗଣମାଧ୍ୟମରେ ପ୍ରଶାନ୍ତଙ୍କ ବିରୋଧରେ ବିବୃତି ଦେଇଥିଲେ । ଏହାସହ ବହୁ ପ୍ରମୁଖ ନେତା ମଧ୍ୟ ତାଙ୍କ ବିରୋଧରେ ଅସନ୍ତୋଷ ଜାହିର କରିବା ପରେ କିଶୋର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି ।

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ୨ ସପ୍ତାହରୁ କମ ସମୟ ରହିଛି । ଏପରି ସ୍ଥିତିରେ ଦଳୀୟ କନ୍ଦଳ ଜେଡିୟୁ ପାଇଁ ସମସ୍ୟା ସୃଷ୍ଟି କରିଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନେକ କର୍ମୀ ଦାବି କରିଛନ୍ତି ।

କଟକ:  ନେମାଳ ଥାନା ଅନ୍ତର୍ଗତ ବରକୋଳିଆ ବଜାର ନିକଟରେ ଥିବା ଶିବାନନ୍ଦ ବିଦ୍ୟମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣା ରେ 2 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଚି ।  ଉତ୍ୟକ୍ତ ସ୍ଥାନୀୟ ଜନତା ଟ୍ରକ କୁ ପୋଡି ଦେଇଛନ୍ତି । ।ଏହି ଦୁର୍ଘଟଣା କିପରି ଘଟିଛି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣା ସ୍ତଳରୁ ଟ୍ରକ ଡ୍ରାଇଭର ଫେରାର ଅଛି । ତେବେ  ସ୍ଥାନୀୟ  ଉତ୍ୟକ୍ତ ଲୋକମାନେ ଏକ ଟ୍ରକରେ ନିଆଁ ଲଗାଇ ଦେଇଥିବା ସୁଚନା ମିଳିଛି।ତେବେ ନେମାଳ ପୋଲିସ ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ ପହଂଚିନଥିବା ବେଳେ ଉକ୍ତ ସ୍ଥାନରେ ଉତ୍ତେଜନା ବଢ଼ିବାରେ ଲାଗିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.