ETV Bharat / bharat

ଜେଡିୟୁ ନିର୍ବାଚନ ପ୍ରଚାରକ ତାଲିକାରୁ ପ୍ରଶାନ୍ତ କିଶୋର ଆଉଟ୍‌ - jdus list of star campaigners

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ନିଜ ପ୍ରଚାର ସୂଚୀ ଜାରି କରିଛି। ଏହି ତାଲିକାରେ ଜେଡିୟୁ ନେତା ପ୍ରଶାନ୍ତ କିଶୋର ଓ ପବନ ବର୍ମାଙ୍କୁ ସ୍ଥାନ ମିଳିନାହିଁ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 21, 2020, 2:06 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ନିଜ ପ୍ରଚାରକ ତାଲିକା ଜାରି କରିଛି। ଏହି ଷ୍ଟାର ପ୍ରଚାର ତାଲିକାରେ ପାର୍ଟି ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଦଳ ସମସ୍ତ ଛାମୁଆ ନେତାଙ୍କ ନାଁ ସାମିଲ ରହିଛି। ମାତ୍ର ଏହି ତାଲିକାରେ ଜେଡିୟୁ ନେତା ପ୍ରଶାନ୍ତ କିଶୋର ଓ ପବନ ବର୍ମାଙ୍କୁ ସ୍ଥାନ ମିଳିନାହିଁ ।

ଜେଡିୟୁ ଦ୍ବାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ 20 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ଏହା ଯେ, ଦଳୀୟ ପ୍ରଚାରକ ତାଲିକାରେ ଜେଡିୟୁର ନିର୍ବାଚନ ରଣନୀତିକାର ତଥା ନୀତିଶ କୁମାରଙ୍କ ନିକଟତମ ପ୍ରଶାନ୍ତ କିଶୋରଙ୍କୁ ଏଥିରେ ସାମିଲ କରାଯାଇନାହିଁ ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଷ୍ଟାର ପ୍ରଚାର ତାଲିକାରେ ପ୍ରଶାନ୍ତ କିଶୋରଙ୍କ ନାଁ ସାମିଲ ରହିଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.