ETV Bharat / bharat

ଟ୍ରେନ ଭଡା ବିବାଦରେ ପ୍ରକାଶ ଜାଭଡେକରଙ୍କ ଜବାବ, ସବୁ କଂଗ୍ରେସର ରାଜନୀତି

author img

By

Published : May 5, 2020, 11:31 AM IST

ଲକଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ନେବା ପାଇଁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍ ଉପରେ ରାଜନୀତି ତୀବ୍ର ହୋଇଛି।

prakash javedkar
ଟ୍ରେନ ଭଡା ବିବାଦରେ ଜାଭେଦକରଙ୍କ ଜବାବ

ନୂଆଦିଲ୍ଲୀ: ଟ୍ରେନରେ ଶ୍ରମିକମାନଙ୍କ ଫେରିବା ନେଇ ରାଜନୀତି ତୀବ୍ର ହୋଇଛି। ଅନେକ ସ୍ଥାନରେ ଶ୍ରମିକମାନେ ନିଜ ଘରକୁ ଯିବାକୁ ବ୍ୟାକୁଳ ହେଉଛନ୍ତି। ଏଥିରେ ଶ୍ରମିକମାନେ ପଥର ଫିଙ୍ଗୁଛନ୍ତି ଓ ପୋଲିସ ମଧ୍ୟ ଲାଠି ଚାର୍ଜ କରୁଛି । ଏହି ସମୟରେ, ଲକଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ନେବା ପାଇଁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍ ଉପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ ସରକାର ଶ୍ରମିକମାନଙ୍କ ଠାରୁ ରେଳ ଭଡା ଆଦାୟ କରୁଛନ୍ତି, ତେବେ ସରକାରଙ୍କ ତରଫରୁ ଏହା ସ୍ପଷ୍ଟ ହୋଇଛି ଯେ ଏହିପରି କିଛି ନାହିଁ। ଶ୍ରମିକ ଆଣିବା ପାଇଁ ଖର୍ଚ୍ଚର 15 ପ୍ରତିଶତ ରାଜ୍ୟ ସରକାର ବହନ କରିବାକୁ ପଡୁଥିବାବେଳେ କେନ୍ଦ୍ରର 85 ପ୍ରତିଶତ ଦେବ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୋମବାର ରାତିରେ ଏକ ଟ୍ବିଟରେ ସରକାରଙ୍କ ପକ୍ଷ ରଖି କହିଛନ୍ତି ଯେ ରେଳ ବିବାଦ ପଛରେ ଥିବା ସତ୍ୟ ଆଉ କିଛି। ସେ କହିଛନ୍ତି ଯେ ରାଜ୍ୟ ସରକାର ଶ୍ରମିକଙ୍କ ଭଡା ପ୍ରଦାନ କରୁଛନ୍ତି। ବିରୋଧୀ ଦଳଙ୍କ ବିରୋଧରେ ଖୋଳତାଡ କରି ପ୍ରକାଶ ଜାଭଡେକର କହିଛନ୍ତି ଯେ କେବଳ ରାଜସ୍ଥାନର କଂଗ୍ରେସ ସରକାର, କେରଳର ବାମପନ୍ଥୀ ସରକାର ଏବଂ ମହାରାଷ୍ଟ୍ରର ଶିବସେନା ମିଳିତ ମଞ୍ଚ ଭଡା ଟଙ୍କା ଦେଉନାହାଁନ୍ତି। ଏହା ହେଉଛି କଂଗ୍ରେସ ରାଜନୀତି । ପ୍ରକାଶ ଜାଭଡେକର କହିଛନ୍ତି ଯେ ଏଥିପାଇଁ ବିରୋଧି ଲଜ୍ଜିତ ହେବା ଉଚିତ୍।

ଏହାପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲା ଯେ ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସରେ ଶ୍ରମିକଙ୍କଠାରୁ ଭଡା ଆଦାୟ କରାଯାଉଥିଲା। ଅନ୍ୟପକ୍ଷରେ ଅଭିଯୋଗ ଆସିବା ପରେ ବିଜେପି ତୁରନ୍ତ ଜବାବ ଦେଇଥିଲା। ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ ଟ୍ବିଟ କରି କହିଛନ୍ତି ଯେ ଷ୍ଟେସନରେ କୌଣସି ଟିକେଟ୍ ବିକ୍ରି ହେବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଏହା ସ୍ପଷ୍ଟ ହୋଇଛି। ଯଦି ରେଳ 85 ପ୍ରତିଶତ ସବସିଡି ଦେଉଛି, ତେବେ ରାଜ୍ୟ ସରକାର ଖର୍ଚ୍ଚର 15 ପ୍ରତିଶତ ବହନ କରିବେ। ପ୍ରବାସୀ ଶ୍ରମିକମାନଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ସୋନିଆ ଗାନ୍ଧୀ କାହିଁକି କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ଖର୍ଚ୍ଚ ବହନ କରିବାକୁ କହିଲେ ନାହିଁ ? ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ କଥା ହେବା ପରେ ଟ୍ରେନ୍ ଚଳାଉଛି। ଏଥିରେ ଟ୍ରେନ୍ ଚଳାଚଳ କରିବ, କାହାକୁ ପଠାଇବ ଏବଂ କିଏ ଏଥିପାଇଁ ନୋଡାଲ୍ ଅଧିକାରୀ ହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.