ETV Bharat / bharat

ରାମାୟଣର ପୁନଃପ୍ରସାରଣ ପାଇଁ ପ୍ରେମ ସାଗରଙ୍କୁ ଧନ୍ୟବାଦ ଦେଲେ ପ୍ରକାଶ ଜାଭଡେକର

କୋରୋନା ଲକଡାଉନ ପାଇଁ ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ କରାଯାଇଛି । ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରକୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 2, 2020, 10:18 PM IST

Updated : May 3, 2020, 12:29 AM IST

Prakash jabedkar thanked to prem sagar for providing the ramayan for retelecast in covid lockdown
ରାମାୟଣର ପୁନଃପ୍ରସାରଣ ପାଇଁ ପ୍ରେମ ସାଗରଙ୍କୁ ଧନ୍ୟବାଦ ଦେଲେ ପ୍ରକାଶ ଜାବେଦକର

ନୂଆଦିଲ୍ଲୀ: କୋରୋନା ଲକଡାଉନ ପାଇଁ ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ କରାଯାଇଛି । ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରକୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି ।

ସିରିୟଲଟି ଆରମ୍ଭ ହେବା ପରଠୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରୁଛି । ରାମାୟଣରେ ରାମ ଓ ସୀତା ଚରିତ୍ରରେ ଥିବା ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିଆଙ୍କ ଚେହେରା ପୁଣି ଥରେ ଟିଆରପିରେ ଇତିହାସ ସୃଷ୍ଟି କରିଛି । ଏପରିକି ଶୋ'ଟି ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ଭ୍ୟୁଅରସିପ୍‌ରେ ରାମାୟଣ ଆମେରିକାର ସବୁଠାରୁ ଲୋକପ୍ରିୟ ଶୋ 'ଗେମ୍‌ ଅଫ୍ ଥ୍ରୋନ୍ସ'କୁ ବି ପଛରେ ପକାଇ ଦେଇଛି ।

ପ୍ରକାଶ ଥାଉ କି, ପ୍ରକାଶ ଜାଭଡେକର ଟ୍ବିଟ୍‌ କରି ଦର୍ଶକଙ୍କୁ ରାମାୟଣର ପୁନଃପ୍ରସାରଣ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଦର୍ଶନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ମାର୍ଚ୍ଚ 28ରୁ ରାମାୟଣର ପୁନଃପ୍ରସାରଣ ଦୂରଦର୍ଶନର ନ୍ୟାସନାଲ ଚ୍ୟାନେଲରେ କରାଯିବ । ଶୋ'ର ପ୍ରଥମ ଏପିସୋଡ ସକାଳ 9ଟାରେ ପ୍ରସାରିତ ହେବ ଏବଂ ଦ୍ବିତୀୟ ଏପିସୋଡ ରାତି 9ଟାରେ ପ୍ରସାରଣ ହେବ ।

ବର୍ତ୍ତମାନ ଦୂରଦର୍ଶନରେ ରାମାୟଣ ଶେଷ ହୋଇଯାଇଛି । ଏବେ ଉତ୍ତର ରାମାୟଣ ପ୍ରସାରଣ କରାଯାଉଛି । ଯାହାର ଶେଷ ଏପିସୋଡ ଆଜି ଅର୍ଥାତ୍‌ ମେ 2ରେ ଶେଷ ହେବ । ଏହା ପରେ ମେ 3ରୁ ଶ୍ରୀକୃଷ୍ଣା ଆରମ୍ଭ ହେବା ନେଇ ସୂଚନା ରହିଛି ।

Last Updated : May 3, 2020, 12:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.