ହାଇଦ୍ରାବାଦ: ୟୁନିସେଫ୍ (United Nations International Children's Emergency Fund)ର ସତର୍କ ସୂଚନା । ନିମ୍ନମାନର ଖାଦ୍ୟ ଗ୍ରହଣ କାରଣରୁ ଶିଶୁମାନେ କୁପୋଷଣର ଶିକାର ହୋଉଛନ୍ତି । ୟୁନିସେଫ୍ ଶିଶୁ, ଖାଦ୍ୟ ଓ ପୋଷଣ ଉପରେ ସଦ୍ୟତମ ପ୍ରକାଶ କରିଥିବା ଏକ ରିପୋର୍ଟରେ ଏନେଇ ଗଭୀର ଉଦବେଗ୍ ପ୍ରକାଶ ପ୍ରାଇଛି ।
ଏହି ରିପୋର୍ଟ ଅନୁସାରେ ପାଞ୍ଚ ବର୍ଷରୁ କମ ପ୍ରତି ତିନିଜଣ ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ କମ ବା ମାତ୍ରାଧିକ ଓଜନର ଶିକାର ହୋଇଥାନ୍ତି । 6 ମାସରୁ 2 ବର୍ଷ ମଧ୍ୟରେ ଥିବା ପ୍ରତି ତିନିଜଣ ଶିଶୁଙ୍କ ମଧ୍ୟରେ ଦୁଇ ଜଣଙ୍କୁ ସଠିକ ପୋଷଣଯୁକ୍ତ ଆହାର ମିଳେ ନାହିଁ । ଯାହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ । ତେବେ ପୋଷଣଯୁକ୍ତ ଖାଦ୍ୟ ନମିଳିବାରୁ ସେମାନଙ୍କ ମସ୍ତିସ୍କ ବିକାଶିତ ହେଉନାହିଁ । ଏପରିକି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଥାଏ ।
ୟୁନିସେଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନିରିଏଟା ଫୋରେ କହିଛନ୍ତି ଯେ, ‘ଗତ କିଛି ଦଶନ୍ଧି ଧରି ଦକ୍ଷତା, ସାଂସ୍କୃତିକ ଓ ସାମାଜିକ ଆଦି ସମସ୍ତ କ୍ଷେତ୍ରରେ ଦୃତ ପ୍ରଗତି ହୋଇଥିଲେ ମଧ୍ୟ ଆମେ ଏହାର ମୂଳ ତଥ୍ୟକୁ ହରାଇଛେ । ତେବେ ଯଦି ଶିଶୁ ଉତ୍ତମ ଖାଦ୍ୟ ଖାଇବେ ନାହିଁ ତେବେ ସେମାନଙ୍କୁ ଉତ୍ତମ ଜୀବନଶୈଳୀ ମିଳିବ ନାହିଁ । ଲକ୍ଷ ଲକ୍ଷ ଶିଶୁ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତି । କାରଣ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥାଏ । ଆମେ କୁପୋଷଣକୁ ଯେତିକି ବୁଝିଛେ ଓ ପ୍ରତିକାର କରିଛୁ ତାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଶିଶୁଙ୍କୁ କେବଳ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇବା ଯଥେଷ୍ଟ ନୁହେଁ ସେମାନଙ୍କୁ ସଠିକ ଖାଦ୍ୟ ଯୋଗାଦେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ୟୁନିସେଫର ଏହି ରିପୋର୍ଟ ଏକବିଂଶ ଶତାବ୍ଦୀରେ ଶିଶୁ କୁପୋଷଣର ସବୁଠାରୁ ବ୍ୟାପକ ମୂଲ୍ୟାୟନକୁ ସାମ୍ନାକୁ ଆଣିଛି । ଏହା କୁପୋଷଣର ତିନିଗୁଣା ବୋଝ ବିଷୟରେ ବର୍ଣ୍ଣନା କରିଛି ।
ସାରା ବିଶ୍ବର ଅନୁଧ୍ୟାନରୁ ମିଳିଥିବା ତଥ୍ୟ
- 149 ମିଲିଅନ ଶିଶୁଙ୍କ ଉଚ୍ଚତା ତାଙ୍କ ବୟସ ତୁଳନାରେ ଖୁବ କମ
- 50 ମିଲିଅନ ଶିଶୁ ମାତ୍ରାଧିକ ଦୁର୍ବଳ କିମ୍ବା ତାଙ୍କ ଉଚ୍ଚତା ତୁଳନାରେ ଖୁବ ପତଳା
- 340 ମିଲିଅନ ଶିଶୁ ବା ପ୍ରତି ଦୁଇ ଜଣରେ ଜଣେ ଶିଶୁ ଭିଟାମିନ ଓ ପୋଷକ ତତ୍ତ୍ବ ଅଭାବର ଶିକାର ହୁଅନ୍ତି ।
- 40 ମିଲିଅନ ଶିଶୁ ଅତ୍ୟଧିକ ମୋଟା ବା ମେଦ ବହୁଳ ହୋଇଥାନ୍ତି ।
ଶିଶୁର ପ୍ରାରମ୍ଭିକ ଦିନ ଗୁଡିକରେ ନିମ୍ନ ମାନର ଖାଦ ଖାଇବା ଆରମ୍ଭ ହୋଇଥାଏ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି । ତେବେ ସ୍ତନ୍ୟପାନ ଦ୍ବାରା ଜୀବନ ବଞ୍ଚାଯାଇ ପାରିବ । କିନ୍ତୁ 6 ମାସରୁ କମ ଆୟୁର କେବଳ 42 ପ୍ରତିଶତ ଶିଶୁଙ୍କୁ ସ୍ତନ୍ୟପାନ କରାଯାଉଥିବା ବେଳେ ବୟସ ବଢ଼ିବା ସହ ସେମାନଙ୍କୁ ଶିଶୁ ଫର୍ମ୍ୟୁଲା ଖାଦ୍ୟ ଦିଆଯାଇଥାଏ । 2008ରୁ 2013 ମସିହା ମଧ୍ୟରେ ଉଚ୍ଚ ମଧ୍ୟବିତ ଆୟ ସମ୍ପନ୍ନ ଦେଶ ଯଥା ଚୀନ, ବ୍ରାଜିଲ ଓ ତୁର୍କୀରେ ଶିଶୁଙ୍କ ଦୁଗ୍ଧ ଜାତୀୟ ଫର୍ମ୍ୟୁଲା ଗୁଡିକର ବିକ୍ରିରେ 72 ପ୍ରତିଶତ ବୃଦ୍ଧି ହୋଇଥିଲା । ଯାହାର କାରଣ ଥିଲା ସ୍ତନ୍ୟପାନକୁ ପ୍ରୋତ୍ସାହନ, ସମର୍ଥନ ଦେବାପାଇଁ ଦୁର୍ବଳ ପଲିସି ଓ ଦୁର୍ବଳ ପଦକ୍ଷେପ ।
ଶିଶୁମାନେ 6 ମାସ ବୟସରେ ଖାଉଥିବା ନରମ ଓ କଠିନ ଖାଦ୍ୟ ପଦାର୍ଥରୁ ସଂକ୍ରମଣ ହେବା ଆରମ୍ଭ ହୋଇଥାଏ । ଏପରିକି ଅନେକଙ୍କୁ ଭୁଲ ଆହାରର ଅଭ୍ୟାସ କରାଇଦିଆ ଯାଏ । ସାରା ବିଶ୍ବରେ 6 ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରାୟ 45 ପ୍ରତିଶତ ଶିଶୁଙ୍କୁ ଫଳ ଓ ପରିବା ଖୁଆ ଯାଏନାହିଁ । ପ୍ରାୟ 60 ପ୍ରତିଶତ ଶିଶୁ ମାଛ, ମାଂଶ, ଅଣ୍ଡା କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥ ଖାଆନ୍ତି ନାହିଁ ।
ଶିଶୁ ମାନେ ଯେମିତି ବଡ ହୁଅନ୍ତି ଅସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ତାଙ୍କର ରୂଚି ବଢ଼େ ଯାହା ତାଙ୍କ ପାଇଁ ବେଶ ହାନିକାରକ ହୋଇଥାଏ । ସହର ତଥା ଉପାନ୍ତ ଅଞ୍ଚଳରେ ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟର ବ୍ୟବହାର, ଫାଷ୍ଟ ଫୁଡ ଓ ଅତ୍ୟଧିକ ମିଠା ଖାଦ୍ୟ ଶିଶୁଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହେଉଛି ।
ଉଦାହରଣ ସ୍ବରୂପ, ମଧ୍ୟମ ଆୟ ବିଶିଷ୍ଟ ଦେଶ ଗୁଡିକରେ 42 ପ୍ରତିଶତ ସ୍କୁଲ ପିଲା ସ୍କୁଲ ଯିବା ସମୟରେ କାର୍ବୋନେଟେଡ ସର୍କରା ଯୁକ୍ତ ମୃଦୁ ପାନୀୟ ପିଇଥାନ୍ତି । ଏହାସହ 46 ପ୍ରତିଶତ ସପ୍ତାହକୁ ଗୋଟିଏ ଥର ଫାଷ୍ଟ ଫୁଡ ଖାଇଥାନ୍ତି । ସେପଟେ ଅଧିକ ଆୟ ବିଶିଷ୍ଟ ଦେଶ ଗୁଡିକରେ ଏହି ସଂଖ୍ୟା ଯଥାକ୍ରମେ 62 ଓ 49 ପ୍ରତିଶତ ହୋଇଥାଏ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି । ପରିଣାମ ସ୍ବରୂପ ସାରା ବିଶ୍ବରେ ଶୈଶବ ଓ କିଶୋରାବସ୍ଥାରେ ମୋଟାପଣ ବୃଦ୍ଧି ପାଉଥିବା ଦେଖାଯାଇଛି ।
ତେବେ କୁପୋଷଣର ଶିକାର ଗରିବ ଓ ଅସହାୟ ଶ୍ରେଣୀର ଶିଶୁ ଓ କିଶୋରମାନଙ୍କ ଉପରେ ପଡେ ବୋଲି ରିପୋର୍ଟରୁ ଜଣାପଡିଛି । ଗରିବ ପରିବାର ମାନଙ୍କରେ 6 ମାସରରୁ ଦୁଇ ବର୍ଷ ମଧ୍ୟରେ ଥିବା ଶିଶୁଙ୍କ ମଧ୍ୟରେ 5 ଜଣ ଶିଶୁଙ୍କ ମଧ୍ୟରେ କେବଲ ଜଣେ ଶିଶୁ ପର୍ଯ୍ୟାପ୍ତ ପରିମାଣରେ ବିବିଧ ଓ ପୃଷ୍ଟିକର ଆହାର ଗ୍ରହଣ କରେ ।
ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସଙ୍କଟର ଏକ ମୁଖ୍ୟ କାରଣ ହୋଇଥାଏ । ଉଦାହରଣ ସ୍ବରୂପ କୃଷିରେ ହେଉଥିବା 80 ପ୍ରତିଶତ କ୍ଷତିର କାରଣ ମରୁଡି ହୋଇଥାଏ ।
କୁପୋଷଣକୁ ମୂଳପୋଛ କରିବା ଦିଗରେ ପଦକ୍ଷେପ ନେବା ପାଇଁ ୟୁନିସେଫ ସମସ୍ତ ସରକାର, ଘରୋଇ କମ୍ପାନୀ, ପରିବାର, ମାତାପିତାଙ୍କୁ ଅପିଲ କରିଛି ।
- ନିଜ ନିଜ ଶିଶୁ ତଥା କିଶୋରଙ୍କୁ ପୌଷ୍ଟିକ ଆହାର ଦେବେ ସମସ୍ତ ପରିବାର । ଏହାଛଡା ଅସ୍ବାସ୍ଥ୍ୟକର ଖାଦ୍ୟ ଠାରୁ ଶିଶୁକୁ ଦୂରେଇ ରଖିବେ ।
- ସ୍ବସ୍ଥ, ସୁଲଭ ଓ ସୁବିଧାଜନକ ଖାଦ୍ୟ ଗୁଡିକର ଚୟନ କରି ଖାଦ୍ୟ ଯୋଗାଣକାରୀଙ୍କୁ ଶିଶୁଙ୍କ ପାଇଁ ସଠିକ ଖାଦ୍ୟ ଯୋଗାଇବା ପାଇଁ ପ୍ରୋତ୍ସାହିତ କରିବା ।
- ଅସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ବିଷୟରେ ଶିଶୁଙ୍କୁ ସଚେତନ କରି ତାଙ୍କୁ ସୁସ୍ଥ ଏ ପୃଷ୍ଟିକର ଖାଦ୍ୟ ପରିବେଶ ଯୋଗାଇ ଦେବା ।
- ପୋଷଣ ପାଇଁ ଅନ୍ୟ ସହାୟକ ପ୍ରଣାଳୀ ଯଥା, ସ୍ବାସ୍ଥ୍ୟ, ଜଳ, ସ୍ବଚ୍ଛତା, ଶିକ୍ଷା, ଓ ସାମାଜିକ ସୁରକ୍ଷାକୁ ଗରୁତ୍ବ ଦେଇ ଶିଶୁଙ୍କ ପୋଷଣ ପରିମାଣକୁ ବୃଦ୍ଧି କରିବାରେ ସହାୟକ ହେବେ ।
- ସଠିକ ଗୁଣାବତ୍ତାର ତଥ୍ୟ ସଂଗ୍ରହ କରି, ତାର ବିଷ୍ଲେଶଣ ଓ ଉପଯୋଗ କରିବାର ଆବଶ୍ୟକତା ରହିଛି ।
ପୋଷଣ ଯୁକ୍ତ ଆହାର ପାଇଁ ସଂଗ୍ରାମ କରି ଆମେ ଭିତ୍ତିଭୂମି ହରାଇ ସାରିଲେଣି । ଏହା ଏକ ଯୁଦ୍ଧ ନୁହେଁ ଯାହା ଆମେ ଏକା ଏକା ଜିତି ପାରିବା । ଶିଶୁଙ୍କ ପୋଷଣକୁ ପ୍ରାଥମିକତା ଦେବା ପାଇଁ ଆମକୁ ସରକାର, ଘରୋଇ କ୍ଷେତ୍ର, ନାଗରିକଙ୍କ ସାହାଯ୍ୟ ଆବଶ୍ୟକ । ଅସ୍ବାସ୍ଥ୍ୟକର ଖାଦ୍ୟର କାରକ ଓ କାରଣ ଗୁଡିକୁ ଦୂର କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି କହିଛନ୍ତି ଫୋରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ