ETV Bharat / bharat

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

ଶେଷରେ ପ୍ରଶାନ୍ତ କିଶୋରଙ୍କୁ ଭରସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରିବେ ରାଜନୀତି ମୈଦାନର ପ୍ରଚ୍ଛଦପଟରେ ରହି ଗୋଟି ଚାଳନା କରୁଥିବା ଏହି ଚାଣକ୍ୟ ।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jun 6, 2019, 5:45 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାର୍ଯ୍ୟ କରିବେ ପ୍ରଶାନ୍ତ କିଶୋର । ରାଜନୀତି ମୈଦାନରେ ଗୋଟି ଚାଳନା କରି ବାରମ୍ବାର ସଫଳତା ପାଇଆସୁଥିବା ଏହି ମାଷ୍ଟର ପ୍ଲାନର ଏବେ ତୃଣମୂଳ କଂଗ୍ରେସର ନିର୍ବାଚନୀ ଭାର ସମ୍ଭାଳିବେ ।

  • Sources: Political Strategist Prashant Kishor to officially start working with West Bengal Chief Minister Mamata Banerjee after one month https://t.co/gcV1EjK3z1

    — ANI (@ANI) June 6, 2019 " class="align-text-top noRightClick twitterSection" data=" ">

ଆଜି କୋଲକାତା ଠାରେ ମମତା ବାନାର୍ଜୀ ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା ପରେ ପ୍ରଶାନ୍ତ ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି । ଯାହାକି ଏବେ ଦେଶବ୍ୟାପୀ ଖବରର ଶିରୋନାମା ସାଜିଛି । ରୋଚକ କଥା ହେଉଛି ପ୍ରଶାନ୍ତ କିଶୋର ଏବେ ଜେଡିୟୁର ଉପସଭାପତି ଅଛନ୍ତି । ଏନଡିଏ ମେଣ୍ଟରେ ଜେଡିୟୁ ବିଜେପିର ପ୍ରମୁଖ ସହଯୋଗୀ ଥିବାବେଳେ ପ୍ରଶାନ୍ତଙ୍କ ଏଭଳି ନିଷ୍ପତ୍ତି ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ହେଉଛନ୍ତି ସେହି ବ୍ୟକ୍ତି ଯିଏ କି 2014 ସାଧାରଣ ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତି କରିଥିଲେ । ତାଙ୍କର I-PAC ନାମରେ ଏକ ସ୍ବତନ୍ତ୍ର ସଂସ୍ଥା ରହିଛି । ଯେଉଁଥିରେ ସେ ରାଜନୀତି ସହ ଟେକ୍ନୋଲୋଜିରେ ବିଶେଷ ଜ୍ଞାନ ଥିବା ଯୁବବର୍ଗଙ୍କୁ ସାମିଲ କରିଛନ୍ତି । ନିର୍ବାଚନ ବେଳେ ବିଭିନ୍ନ ଦଳ ପାଇଁ ପ୍ରଚାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ, ବିଜ୍ଞାପନ ଇତ୍ୟାଦି ପ୍ରସ୍ତୁତ କରିବା ଲାଗି ସେ ବର୍ତ୍ତମାନ ଦେଶରେ ପ୍ରଥମ ପସନ୍ଦ ସାଜିଛନ୍ତି । 2014 ରେ ବିଜେପିର ବିପୁଳ ବିଜୟ ତାଙ୍କୁ ପ୍ରଥମେ ଚର୍ଚ୍ଚାର ପରିସରକୁ ଆଣିଥିଲା ।

  • Thank you Andhra and colleagues at @IndianPAC for the landslide victory.
    Congratulations and best wishes to the new CM @ysjagan

    — Prashant Kishor (@PrashantKishor) May 23, 2019 " class="align-text-top noRightClick twitterSection" data=" ">

ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ-କଂଗ୍ରେସ-ଆରଜେଡି ମହାମେଣ୍ଟ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ପ୍ରଶାନ୍ତ କିଶୋର । ଏଥିସହ ଉତ୍ତର ପ୍ରଦେଶରେ ସେ କଂଗ୍ରେସ ଏବଂ ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ ପାଇଁ ମଧ୍ୟ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ । ଜଗନମୋହନ ରେଡ୍ଡିଙ୍କୁ ବିପୁଳ ବିଜୟର ସ୍ବାଦ ଚଖାଇବା ଲାଗି ତାଙ୍କ ଟିମ୍ ଦୁଇ ବର୍ଷ ତଳୁ ଅହରହ କାର୍ଯ୍ୟରେ ଲାଗିଥିଲେ ।

ତେବେ ପ୍ରଶାନ୍ତଙ୍କ ମାଷ୍ଟର ଗେମପ୍ଲାନ କେତେଦୂର ଟିଏମସିକୁ ସଫଳତା ଦେଉଛି ତାହା ଦେଖିବାର କଥା । ମିଳିଥିବା ଖବର ଅନୁଯାୟୀ ଆଉ ମାସେ ପରେ ସେ ବିଧିବଦ୍ଧ ଭାବେ ମମତାଙ୍କ ସହ କାର୍ଯ୍ୟ ଆରମ୍ଭ କରିବେ ।

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.