ETV Bharat / bharat

ବାନ୍ଦ୍ରାରେ ଏକାଠି ପ୍ରବାସୀ ଶ୍ରମିକ: ଦୋଷାରୋପରେ ବ୍ୟସ୍ତ କେନ୍ଦ୍ର-ରାଜ୍ୟ

author img

By

Published : Apr 15, 2020, 10:10 AM IST

ବାନ୍ଦ୍ରା ରେଳଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ସମାବେଶ ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏନେଇ ଆରମ୍ଭ ହୋଇଯାଇଛି ପରସ୍ପର ଦୋଷାରୋପ।

Migrant Workers Protest at Mumbai
ବାନ୍ଦ୍ରାରେ ପ୍ରବାସୀ ଶ୍ରମିକଙ୍କ ସମାବେଶ

ମୁମ୍ବାଇ: ବାନ୍ଦ୍ରା ରେଳ ଷ୍ଟେସନରେ ହଜାର ହଜାର ଶ୍ରମିକଙ୍କ ସମାବେଶ ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏନେଇ ଆରମ୍ଭ ହୋଇଯାଇଛି ପରସ୍ପର ଦୋଷାରୋପ। ରାଜ୍ୟ ସରକାର କେନ୍ଦ୍ରକୁ ଦାୟୀ କରୁଥିବା ବେଳେ କେନ୍ଦ୍ର ସରକାର ରାଜ୍ୟକୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 3 ଯାଏଁ ଲକ୍ ଡାଉନ୍ ଅବଧି ବଢାଇବାର କିଛି ଘଣ୍ଟା ପରେ ବାନ୍ଦ୍ରା ଠାରେ ଏକାଠି ହୋଇଯାଇଥିଲେ ହଜାର ହଜାର ଶ୍ରମିକ ଓ ଘରକୁ ଯିବା ପାଇଁ ଦାବି କରିବାକୁ ଲାଗିଲେ ।

ଏହାପରେ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା ଓ ଏହି ସମାବେଶର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଏହାସହ 1000 ଜଣଙ୍କ ନାଁ ରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

ସମାନ ସ୍ଥିତି ମୁମ୍ବାଇର ଥାନେ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ମାସରେ ଲକ୍ ଡାଉନ୍ ଘୋଷଣା ହେବା ପରଠାରୁ ଦିନ ମଜୁରିଆ ଜୀବିକା ହରାଇଛନ୍ତି । ଯଦିଓ କର୍ତ୍ତୃପକ୍ଷ ଏବଂ ଏନଜିଓ ମାନେ ଖାଦ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ସ୍ଥାନକୁ ଫେରିଯିବାକୁ ଚାହୁଁଛନ୍ତି।

ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ରେଳ ଷ୍ଟେସନ ବାହାରେ ଏକାଠି ହୋଇଥିବା ଶ୍ରମିକମାନେ ହୁଏତ ଆଶା କରିଥିବେ ଯେ ମୋଦି ରାଜ୍ୟ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେବେ। ପରେ ଏକ ଗୁଜବ ପ୍ରଚାରକୁ ନେଇ ଦେଶମୁଖ ଟ୍ବିଟ କରିଥିଲେ ଓ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଥିଲେ ।

ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏହି ଭଳି ଘଟଣା ଦେଶକୁ ଆହୁରି ସଂକଟରେ ପକାଉଛି ବୋଲି ସେ କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ, ଏଭଳି ସ୍ଥିତିରେ ଗରିବ ଶ୍ରମିକଙ୍କ ଭାବନା ସହ ଖେଳିବା ପାଇଁ ମୁଁ କାହାକୁ ଅନୁମତି ଦେବି ନାହିଁ ଓ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅସଲି ଦୋଷୀକୁ ଦଣ୍ଡ ଦିଆଯିବ ।

ଏହାପରେ ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଓ ପ୍ରବାସୀ ଶ୍ରମିକଙ୍କ ଯିବାର ବ୍ୟବସ୍ଥା କରିବା ନେଇ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ବୋଲି କହିଥିଲେ । କେବଳ ବାନ୍ଦ୍ରାରେ ନୁହେଁ ବରଂ ସୁରାଟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ସେ ଏହା ମଧ୍ୟ କହିଥିଲେ ଯେ, ଶ୍ରମିକମାନେ ଖାଦ୍ୟ କି ଆଶ୍ରୟ ଚାହୁଁନାହାଁନ୍ତି, ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି ।

ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେବା ସହ ଶ୍ରମିକଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି । ବିରୋଧୀ ଦଳ ମଧ୍ୟ ଏହାକୁ ସରକାର ଶିକ୍ଷା ଗ୍ରହଣ କରନ୍ତୁ ବୋଲି କହିଛି ।

ଏଭଳି ସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ରକୁ ଦାୟୀ କରିବା ଦୁର୍ଭାଗ୍ୟଜନକ ବୋଲି ଦେବେନ୍ଦ୍ର ଫଡନାଭିସ କହିଛନ୍ତି । ଅନ୍ୟଜଣେ ବିଜେପି ନେତା ଅନ୍ୟ ଜଣେ ବିଜେପି ନେତା କିରିତ ସୋମାୟା ମହା ବିକାଶ ଆଗାଦୀ ସରକାରଙ୍କୁ ଟାର୍ଗେଟ କରି ଏହି ଘଟଣାକୁ ଗୁପ୍ତଚର ବିଫଳତା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଷ୍ଟେସନ ବାହାରେ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇଥିବା ବେଳେ ଗୁପ୍ତଚର ବିଭାଗ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.