ETV Bharat / bharat

ଦିଲ୍ଲୀ ହିଂସା: ଅଗ୍ନିକାଣ୍ଡରେ ସାମିଲ ଥିଲେ 8 ଯୁବକ, ଚାର୍ଜସିଟ୍ ଦାଖଲ

author img

By

Published : Oct 19, 2020, 4:43 PM IST

ଦିଲ୍ଲୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଆଉ ଏକ ଚାର୍ଜସିଟ ଦାଖଲ କରିଛି। ଏଥିରେ 8 ଜଣ ଯୁବକଙ୍କ ନାଁ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଆଉ ଏକ ଚାର୍ଜସିଟ ଦାଖଲ କରିଛି। ଦିଲ୍ଲୀ ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଦଙ୍ଗା ସମୟରେ ଭଜନପୁରାରେ 8 ଜଣ ଏକ ଗୋଷ୍ଠୀ କରି ଦଙ୍ଗା ସମୟରେ ନିଆଁ ଲଗାଇବା କାର୍ଯ୍ୟ କରୁଥିଲେ । ଚାର୍ଜସିଟ୍ ଅନୁଯାୟୀ, ଏହି ଦଳ ଏକ ହାତୁଡି, ବାଡି ଏବଂ କିରୋସିନି ନେଇ 50 ରୁ 60 ଜଣ ଲୋକଙ୍କ ସହ ଜୟ ଶ୍ରୀ ରାମ ନାମ ଜପୁଥିଲେ ।

ଏହାସହ ଏମାନେ ସାମ୍ନାରେ ଯାହା ଦେଖୁଥିଲେ ସବୁ ଲୁଟିନେଉଥିଲେ । ଚାର୍ଜସିଟ୍ ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିବା ସହ ଦୋକାନରେ ନିଆଁ ଲଗାଇ ଦେଉଥିଲେ। ଦିଲ୍ଲୀ ହିଂସା ସମୟରେ 10 ଜଣଙ୍କ ଅଭିଯୋଗରେ ଭଜନପୁରା ପୋଲିସ ଷ୍ଟେସନରେ 10 ଟି ଭିନ୍ନ ମାମଲା ରୁଜୁ ହୋଇଥିଲା।

ଏହି ଅଭିଯୁକ୍ତଙ୍କ ମଧ୍ୟରେ ନୀରଜ, ମନୀଷ, ଅମିତ ଗୋସ୍ବାମୀ, ସୁନୀଲ ଶର୍ମା, ସୋନୁ, ରାକେଶ, ମୁକେଶ ଏବଂ ଶ୍ୟାମ ପଟେଲ। ତେବେ 4 ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିବା କାରଣରୁ କୋର୍ଟ ଏହି 4 ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.