ETV Bharat / bharat

ଗିରଫ ବିକାଶ ଦୁବେର ସମ୍ପର୍କୀୟଙ୍କ ଲିଙ୍କ୍ ଖୋଜୁଛି ପୋଲିସ

author img

By

Published : Jul 9, 2020, 10:55 AM IST

Updated : Jul 9, 2020, 4:06 PM IST

କାନପୁର ଏନକାଉଣ୍ଟର ଘଟଣାରେ ପୋଲିସ ହାବୁଡରେ ପଡିଛି ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ । ଅପରାଧୀକ କାର୍ଯ୍ୟକଳାପରେ ସାହାଯ୍ୟ କରୁଥିବା ସହଯୋଗୀଙ୍କ ସହ ସମ୍ପର୍କୀୟଙ୍କ ଲିଙ୍କ୍ ଖୋଜୁଛି ପୋଲିସ । ଅଧିକ ଖବର ପଢନ୍ତୁ...

ଗିରଫ ବିକାଶ ଦୁବେର ସମ୍ପର୍କୀୟଙ୍କ ଲିଙ୍କ୍ ଖୋଜୁଛି ପୋଲିସ
ଗିରଫ ବିକାଶ ଦୁବେର ସମ୍ପର୍କୀୟଙ୍କ ଲିଙ୍କ୍ ଖୋଜୁଛି ପୋଲିସ

ଲକ୍ଷ୍ନୌ: ବହୁ ଛକାପଞ୍ଝା ପରେ ଶେଷରେ ପୋଲିସ ହାବୁଡରେ ପଡିଛି କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ । ଉତ୍ତର ପ୍ରଦେଶ କାନପୁରରେ 8 ଜଣ ପୋଲିସଙ୍କୁ ହତ୍ୟା କରିଥିବା ଏହି କୁଖ୍ୟାତ ଅପରାଧୀକୁ ଧରିବାକୁ ବିଭିନ୍ନ ଚାଲ ଚଳାଇଥିଲା ପୋଲିସ । ଶେଷରେ ମଧ୍ୟପ୍ରଦେଶ ଉଜ୍ଜୈନରୁ ଗିରଫ ହୋଇଛି ବିକାଶ ଦୁବେ ।

ତେବେ ବିକାଶ ଦୁବେକୁ ଧରିବାକୁ ଯାଇ ବିଭିନ୍ନ ଅପରାଧୀକ ଫର୍ଦ୍ଦ ପାଖରେ ପହଞ୍ଚିଛି ପୋଲିସ । ଅପରାଧୀକ କାର୍ଯ୍ୟକଳାପରେ ସାହାଯ୍ୟ କରୁଥିବା ସହଯୋଗୀଙ୍କ ସହ ସମ୍ପର୍କୀୟଙ୍କ ଲିଙ୍କ୍ ଖୋଜୁଛି ପୋଲିସ । ଏହିକ୍ରମରେ ହମିରପୁରରେ ଥିବା ବିକାଶ ଦୁବେର ଜ୍ବାଇଁ ଅର୍ଥାତ ଡାହାଣ ହାତ ଅମର ଦୁବେକୁ ପୋଲିସ ଏନକାଉଣ୍ଟର କରି ମାରିଥିବାବେଳେ କାନପୁରରେ ଅନ୍ୟଜଣେ ସହଯୋଗୀ ଶ୍ୟାମୁ ବାଜପେୟୀ ସହ ମୁହାଁମୁହିଁ ହୋଇଥିଲା ।

ଏଥିରେ ଶ୍ୟାମୁ ବାଜପେୟୀ ଆହତ ହୋଇଥିବାବେଳେ ମୃତ ଅମର ଦୁବେଙ୍କ ବାପା, ପତ୍ନୀ ଖୁସୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ଜେରା କରିବା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଗୁରୁବାର ଘଟିଥିବା ଏହି ନାରକୀୟ କାଣ୍ଡକୁ ନେଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଉତ୍ତର ପ୍ରଦେଶ ପୋଲିସ । ଏସଟିଏଫର ସହଭାଗିତାରେ ବିକାଶ ଦୁବେକୁ ଗିରଫ କରାଯିବା ପରେ ଏହି ଘଟଣାରେ ଆଉ କେଉଁ କେଉଁ ଲିଙ୍କ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Last Updated : Jul 9, 2020, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.