ETV Bharat / bharat

କୋଭିଡ ଥିମରେ ଘରେ ରହିବାକୁ ଅନୁରୋଧ କରୁଛି ନାଗପୁର ପୋଲିସ - COVID theme

ଅମାନିଆ ଲୋକଙ୍କୁ ବାଟକୁ ଆଣି ରେ ସୁରକ୍ଷିତ ରଖିବାକୁ ପୋଲିସର ବିଭିନ୍ନ ପ୍ରୟାସ ଦେଖିବାକୁ ମିଳୁଛି । ନାଗପୁର ପୋଲିସ ପକ୍ଷରୁ କୋଭିଡ ଥିମ କରାଯାଇ ଲୋକଙ୍କୁ କୋରୋନା ବିଷୟରେ ସଚେତନ କରାଯାଇଛି । ଅଧିକ ପଢନ୍ତୁ...

COVID
କୋଭିଡ ଥିମ ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛି ନାଗପୁର ପୋଲିସ
author img

By

Published : Apr 19, 2020, 1:25 PM IST

ମୁମ୍ବାଇ: ଦେଶରେ କୋରୋନା ମହାମାରୀ ତାର କାୟା ବିସ୍ତାର କରିଥିବାବେଳେ, ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ର ହୋଇଛି । ରାଜ୍ୟବାସୀ କିପରି ସୁସ୍ଥ ଆଉ ସୁରକ୍ଷିତ ରହିବେ ସେନେଇ ସରକାର ଅନେକ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ପ୍ରତିକ୍ଷଣରେ ଏଠାରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି ।

ଏଭଳି ପରିସ୍ଥିତିରେ ପୋଲିସକର୍ମୀ ମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ସେହିଭଳି ଏକ ସଚେତନତା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁରରେ । କୋରୋନା ଭାଇରସ ମଧ୍ୟରେ ନିଆଯିବାକୁ ଥିବା ସତର୍କତାମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପୋଲିସ ନାଗପୁରର ଶାନ୍ତି ନଗର ନିକଟରେ ଏକ କୋଭିଡ ଥିମ୍ ଲଗାଇଛି ।

ଏହା ମାଧ୍ୟମରେ ଲୋକଙ୍କୁ ଘରେ ରହିବା ସହ ସୁସ୍ଥ ଓ ସୁରକ୍ଷିତ ରହିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ତେବେ ପୋଲିସର ଏଭଳି କାର୍ଯ୍ୟକୁ ସବୁମହଲରେ ପ୍ରଶଂସା କରାଯାଇଛି । ସୂଚନାନୂସାରେ, ଜିଲ୍ଲାରେ ମୋଟ କୋଭିଡ-19 ପଜିଟିଭ ମାମଲା 72ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.