ETV Bharat / bharat

ସନ୍ଧ୍ୟାରେ ମୋର ରାଲି, ଦେଖାଯାଉ ଦିଦି କରାଇ ଦେଉଛନ୍ତି କି ନାହିଁ: ମୋଦି - ଲକ୍ଷ୍ନୌ

ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,'ସନ୍ଧ୍ୟାରେ ମୋର ରାଲି ଅଛି ଦେଖାଯାଉ ଦିଦି କରାଇ ଦେଉଛନ୍ତି କି ନାହିଁ ?'

ଫଟୋ ସୌଜନ୍ୟ: ଏବିପି ନ୍ୟୁଜ୍
author img

By

Published : May 16, 2019, 2:01 PM IST

ଲକ୍ଷ୍ନୌ: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମାଉରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏସପି-ବିଏସପି ମେଣ୍ଟକୁ ସିଧା ଟାର୍ଗେଟ କରିଛନ୍ତି । ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, 'ସନ୍ଧ୍ୟାରେ ମୋର ରାଲି ଅଛି ଦେଖାଯାଉ ଦିଦି କରାଇ ଦେଉଛନ୍ତି କି ନାହିଁ?' ସେହିପରି ଏସପି-ବିଏସପି ମେଣ୍ଟକୁ କଟାକ୍ଷ କରି କହିଛନ୍ତି, ବୁଆ-ବବୁଆ ଅଟ୍ଟାଳିକା ତିଆରି କରି ଗରିବଙ୍କ ଠାରୁ ଦୂରେଇ ଯାଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଜାତି ନାମରେ କ୍ଷମତା ହାସଲ କରିବା ।

ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମମତା ୟୁପି ଓ ବିହାରର ଲୋକମାନଙ୍କୁ ବାହାରର ଲୋକ ବୋଲି କହୁଛନ୍ତି । ଆଜିର ସଭାପରେ ପୁଣି ଥରେ ପଶ୍ଚିମବଙ୍ଗ ଯିବାର ଅଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ 130 କୋଟି ଲୋକଙ୍କ ଦ୍ବାରା ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବରେ ମାନୁନାହାନ୍ତି ।

ସେହିପରି, ଏସପି-ବିଏସପି ମେଣ୍ଟ ସରକାର ଗୋଟିଏ ଦୁର୍ଷ୍କମ ଅଭିଯୁକ୍ତକୁ ପ୍ରାର୍ଥୀଭାବରେ ଛିଡା କରାଇଛନ୍ତି ବୋଲି ମୋଦି କହିଛନ୍ତି । ସମାଜବାଦୀ ପାର୍ଟିର ଇତିହାସ ଉତ୍ତରପ୍ରଦେଶର ଲୋକ ଜାଣିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Intro:Body:

FGH

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.