ETV Bharat / bharat

ମୋଦୀଙ୍କ କେଦାରନାଥ ଯାତ୍ରା ଆଚାର ସଂହିତା ଉଲ୍ଲଂଘନ ନୁହେଁ: ଅଜୟ ଭଟ୍ଟ

କଂଗ୍ରେସ ପକ୍ଷରୁ ମୋଦୀଙ୍କ ଆଚାର ସଂହିତା ଉଲ୍ଲଂଘନ ପ୍ରଶ୍ନର ଉତ୍ତର ଦେଇଛନ୍ତି ଭଟ୍ଟ । ସେ କହିଛନ୍ତି ଯେ, କେଦାରନାଥ ପିଏମ୍‌ ମୋଦୀ କେଦାରନାଥ କୌଣସି ନିର୍ବାଚନୀ ପ୍ରଚାର ପାଇଁ ଆସି ନାହିଁନ୍ତି ।

ଡିଜାଇନ ଫଟୋ
author img

By

Published : May 19, 2019, 12:18 AM IST

ଡେରାଡୁନ୍‌: ପିଏମ ମୋଦୀ ଦ୍ବିଦିବସୀୟ ଉତ୍ତରାଖଣ୍ଡ ଯାତ୍ରାରେ ଯାଇଛନ୍ତି । ପ୍ରଥମ ଦିନରେ ମୋଦୀ ବାବା କେଦାରନାଥଙ୍କ ଆର୍ଶୀବାଦ ନେଇଛନ୍ତି । ତେବେ ମୋଦୀଙ୍କ ଏହି ଗସ୍ତ କଂଗ୍ରେସ ପକ୍ଷରୁ ଆଚାର ସଂହିତା ଉଲ୍ଲଂଘନ ହୋଇଥିବା କହିଛନ୍ତି । ଏହି ପ୍ରଶ୍ନର ପ୍ରତିଉତ୍ତର ରଖିଛନ୍ତି ପ୍ରଦେଶ ବିଜେପି ଅଧ୍ୟକ୍ଷ ଅଜୟ ଭଟ୍ଟ ।

ବିଜେପି କହିଛି ଯେ, ମୋଦୀଙ୍କ ତପସ୍ଥଳୀ ହୋଉଛି କେଦାରନାଥ । ସେ କେବଳ ଆଜି ନୁହେଁ ପୂର୍ବରୁ ଅନେକ ଥର କେଦାରନାଥ ଧାମକୁ ଆସିଛନ୍ତି । ଏଥିସହ ଭଟ୍ଟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମକୁ ନିର୍ବାଚନୀ ପ୍ରଚାର ନିମନ୍ତେ ଆସି ନାହାଁନ୍ତି । ଆତ୍ମିକ ଶାନ୍ତି ଓ ବିଶ୍ବ ଶାନ୍ତି କାମନା କରି ଏଠାକୁ ଆସିଛନ୍ତି ।

ସୂଚନାଥାଉକି, ମୋଦୀଙ୍କ କେଦାରନାଥ ଗସ୍ତକୁ କଂଗ୍ରେସ ପକ୍ଷରୁ ଆଚାର ସଂହିତାର ଉଲ୍ଲଂଘନ ହୋଇଥିବା ଦର୍ଶାଇଛି । ଏଥିସହ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି ।

ସରିନି ନିର୍ବାଚନ ହେଲେ ଗାଦି ହାତେଇବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା ।ଦିଲ୍ଲୀ ରେ କୈଣସି ଦଳ କୁ ମ୍ୟାଜିକ୍ ନମ୍ବର ମିଳିବା ଅସମ୍ଭବ ହେଉଥିବା ବେଳେ ।ଆଞ୍ଚଳିକ ଦଳ ମାନଙ୍କର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି ।ସେପଟେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନବୀନ ଙ୍କୁ ଚିଠି ଲେଖିବା ନେଇ ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା ହୋଇଛି ।ଯାହକୁ ନେଇ ଦୀଲ୍ଲୀ ରାଜନୀତି ରେ ନବୀନ ଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରୁଛି ।ବିଜେଡି ଏହାକୁ ହାଲକା ଭେବେ ନେଇଥିବା ବେଳେ ରାଜ୍ୟ କଂଗ୍ରେସ ମଧ୍ୟ ରଖିଛି ପ୍ରତିକ୍ରିୟା ।

କେନ୍ଦ୍ର ରାଜନୀତି ରେ ଘଡିକେ ଘୋଡା ଛୁଟୁଛି ।ନବୀନ ଙ୍କୁ ସୋନିଆ ଗାନ୍ଧୀ ଙ୍କ ଆମନ୍ତ୍ରଣ ।ମହାମେଣ୍ଟ ଗଠନ କରି ମୋଦି ଙ୍କୁ ହଟାଇବା ।ଏହାକୁ ନେଇ ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ,ଏହା ଏକ ସ୍ଵାଭାବିକ ପ୍ରକ୍ରିୟା କେନ୍ଦ୍ର ରେ କୈଣସି ଦଳ ବା ଏନଡିଏ ଓ ୟୁପିଏ ମେଣ୍ଟ ସରକାର ଗଠନ ପାଇଁ ବହୁମତ ପାଇବେ ନାହିଁ ବୋଲି ପୂର୍ବରୁ ନବୀନ କହିଛନ୍ତି ମେ ୨୩ ଫଳାଫଳ ବାହାରିବା ପରେ ବିଜେଡି କେଉଁ ମେଣ୍ଟ କୁ ପକ୍ଷରେ ରହିବ ତାହା ସ୍ପଷ୍ଟ କରିବ ବୋଲି କହିଛନ୍ତି ।
ସେପଟେ କଂଗ୍ରେସ ବରିଷ୍ଠ ନେତା ସୁରେଷ ରାଉତରାୟ କହିଛନ୍ତି ଯେ ,ନବୀନ ଅନେକ ସମୟରେ ମୋଦି ଓ ଏନଡିଏ କୁ ସମର୍ଥନ କରିଛନ୍ତି ।କିନ୍ତୁ ଆଗାମୀ ଦିନରେ ୟୁପିଏ ସରକାର ଗଠନ କରିବ ବୋଲି ବେଶ ଆଶାବାଦୀ ଅଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.