ETV Bharat / bharat

ବିଜୟ ଦିବସ: ସ୍ବର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ବଳିତ କରିବେ ମୋଦି

author img

By

Published : Dec 16, 2020, 9:21 AM IST

ଆଜି ସାରା ଦେଶ ପାଳୁଛି ବିଜୟ ଦିବସ । ଏହି ଅବସରରେ ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ବଳିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିଜୟ ଦିବସ
ବିଜୟ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଜୟ ଦିବସ । 1971 ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର 50ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ବଳିତ କରିବେ ।

ଚାରୋଟି ମଶାଲ ପ୍ରଜ୍ବଳିତ ହେବା ସହ ଏହା ଦେଶର ବିଭିନ୍ନ ପ୍ରାନ୍ତକୁ ଯିବ । 1971 ମସିହା ଯୁଦ୍ଧ ପାଇଁ ପରମବୀର ଚକ୍ର ଓ ମହାବୀର ଚକ୍ରରେ ସମ୍ମାନିତ ହୋଇଥିବା ଯବାନଙ୍କ ଗାଁକୁ ମଧ୍ୟ ଏହି ମଶାଲ ଯାତ୍ରା କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆଜି ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ହେବାକୁ ଥିବା ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ସିଡିଏସ ଏବଂ ତିନି ସେନାର ମୁଖ୍ୟମାନେ ଯୋଗଦେବେ ।

ସୂଚନାଥାଉକି,1971 ଯୁଦ୍ଧରେ ଆଜିର ଦିନରେ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । 93 ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଆଉ ଏହାପରେ ନୂଆ ଦେଶ ରୂପେ ବାଂଲା‌ଦେଶ ଜନ୍ମନେଇଥିଲା ।

1947ରେ ଭାରତ ଓ ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଭାଷାକୁ ଆଧାର କରି ବିବାଦ ସୃଷ୍ଟି ହୋଇଥିଲା । ବାଂଲାଦେଶର ଜନକ ଶେଖ ମୁଜିବ୍ଉର ରେହମାନ 1971 ମସିହା ମାର୍ଚ୍ଚ 25 ତାରିଖ ଅଧ ରାତିରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ନେଇ ଘୋଷଣା କରିଥିଲେ । ଏହାପରେ ସେଠାରେ ‘ମୁକ୍ତି ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲ। । ଏଥିରେ ‘ମୁକ୍ତି ବାହିନୀ’ ପାକିସ୍ତାନ ବିରୋଧରେ ଆରମ୍ଭ କରିଥିଲେ ଯୁଦ୍ଧ ।

ଏହି ବିଦ୍ରୋହକୁ ଦବାଇବା ପାଇଁ ପାକିସ୍ତାନୀ ସେନା ‘ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରି ଅତ୍ୟାଚାରର ସବୁ ସୀମା ପାର କରିଦେଇଥିଲା ଓ ପୂର୍ବ ପାକିସ୍ତାନରେ ଏହାର ଅଭିଯାନରେ 1 ଲକ୍ଷରୁ ଅଧିକ ଲୋକଙ୍କର ନରସଂହାର ହୋଇଥିଲା । ଭାରତ ଏହି ସମୟରେ ବାଂଲାଦେଶକୁ ସମର୍ଥନ କରିଥିଲା ଓ 13 ଦିନର ଯୁଦ୍ଧ ପରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା ।

ଭାରତର ସେନା ମୁକ୍ତି ବାହିନୀକୁ ସମର୍ଥନ କରୁଥିଲା କିନ୍ତୁ ପାକିସ୍ତାନ ପଟୁ 1971ରେ ଭାରତୀୟ ପୋଷ୍ଟ ଗୁଡିକ ଉପରକୁ ଆକ୍ରମଣ ପରେ ଭାରତ ସିଧାସଳଖ ଭାବରେ ଏ‌ହି ଅଭିଯାନରେ ସାମିଲ ହୋଇଥିଲା । ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ପାକିସ୍ତାନ ସହିତ ଲଢେଇ କରିବା ଆରମ୍ଭ କରିଥିଲା ।

ପାକିସ୍ତାନ ଦୁଇପଟୁ ଯୁଦ୍ଧ କରିବା ଖୁବ୍ କଷ୍ଟକର ଥିଲା । ମୁକ୍ତି ବାହିନୀର ସୈନିକ ପାକିସ୍ତାନର ବିଭିନ୍ନ ସ୍ଥାନରେ ସୈନିକଙ୍କ ଉପରେ ଆକ୍ରମଣ କରୁଥିଲେ । ଏଭଳି ଭାବରେ ପାକିସ୍ତାନର ମନୋବଳ ଭାଙ୍ଗିଯାଇଥିଲା। ଶେଷରେ ଡିସେମ୍ବର 16 ତାରିଖରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।

ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଯୁଦ୍ଧରେ ପ୍ରାୟ 3,900 ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.