ନୂଆଦିଲ୍ଲୀ: ବୁଧବାର ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିବେ । ଏହି ଦିନ ସ୍କିଲ ଇଣ୍ଡିଆ ମିଶନ ଆରମ୍ଭ ହେବାର ପଞ୍ଚମ ବାର୍ଷିକୀ । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ଏକ ଡିଜିଟାଲ୍ କନକ୍ଲେଭ ଆୟୋଜନ କରାଯାଉଛି ।
ଦେଶର ଯୁବକମାନଙ୍କୁ ଦକ୍ଷତା ବିକାଶ ସହିତ ସଶକ୍ତ କରିବା ପାଇଁ କୌଶଳ ଭାରତ ସରକାରଙ୍କ ଏକ ପଦକ୍ଷେପ । ଏହା ଯୁବ ଦକ୍ଷତା କାର୍ଯ୍ୟକ୍ରମରର ମୂଳ ମନ୍ତ୍ର । ସ୍କିଲ ଇଣ୍ଡିଆ ଅନେକ କ୍ଷେତ୍ରରେ ପାଠ୍ୟକ୍ରମ ପ୍ରଦାନ କରେ ଯାହା ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ଅଧୀନରେ ଉଭୟ ଶିଳ୍ପ ଏବଂ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ମାନାଙ୍କ ସହିତ ସଂଯୁକ୍ତ ।
ଏହି ପାଠ୍ୟକ୍ରମଗୁଡିକ ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟର ବ୍ୟବହାରିକ ବିତରଣ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରେ ଏବଂ ବୈଷୟିକ ଜ୍ଞାନକୌଶଳ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।