ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର 12 ଜଣ ଆୟୁଷ ବିଶେଷଜ୍ଞଙ୍କ ନାମରେ ଡାକ ଟିକେଟ ଜାରି କରିଛନ୍ତି । ଆୟୁଷ ମନ୍ତ୍ରାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହି ଡାକ ଟିକେଟ ଜାରି କରିଛନ୍ତି ।
ଦେଶରେ 12,500 ଆୟୁଷ କେନ୍ଦ୍ର ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ 10ଟି ଆୟୁଷ ସ୍ବସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦଘାଟନ କରାଯାଇଛି । ଚଳିତ ବର୍ଷ 4000 ଆୟୁଷ କେନ୍ଦ୍ର ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ମଡର୍ଣ୍ଣ ମେଡିସିନ ନୁହେଁ, ଆୟୁଷ ଶିକ୍ଷାରେ ମଧ୍ୟ ଅଧିକ ଓ ଉନ୍ନତ ପ୍ରୋଫେସନାଲ୍ସ ଆସିବା ପାଇଁ ଆବଶ୍ୟକୀୟ ସୁଧାର ଅଣାଯାଉଛି । ଆୟୁଷ ଡିଗ୍ରୀର ବିଚାର ପ୍ରଶଂସନୀୟ ହୋଇଥିବା ବେଳେ ଏହି ସେକ୍ଟର ସହ ଜଡିତ ଅନେକ ଅସୁବିଧା ଦୂର ହୋଇ ପାରିବ ବୋଲି ମୋଦି କହିଛନ୍ତି ।