ETV Bharat / bharat

କୋରୋନା ସତର୍କତା; ଲକଡାଉନରେ ଲୋକେ ବିନ୍ଦାସ, ସମ୍ବୋଧନରେ କଡା ସନ୍ଦେଶ ଦେବେ କି ମୋଦି ? - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି(ସୋମବାର) ରାତି 8ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଗୋଟିଏ ସପ୍ତାହରେ 2 ଥର ସମ୍ବୋଧନ କରିବା ବେଶ ଗୁରୁତ୍ବ ରଖୁଛି । ଆଜି ରାଷ୍ଟ୍ରକୁ ନେଇ ଏଭଳି ସନ୍ଦେସ ଦେବେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କଣ ସନ୍ଦେସ ଦେବେ? ଏଥିରେ ଆପଣ ପ୍ରଭାବିତ ହେବେ ନା ଲାଭାନ୍ବିତ ହେବେ ? ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

pm narendra modi
pm narendra modi
author img

By

Published : Mar 24, 2020, 2:14 PM IST

Updated : Mar 24, 2020, 3:11 PM IST

ହାଇଦ୍ରାବାଦ: କୋରୋନା ଭାଇରସକୁ ନେଇ ସାରା ବିଶ୍ବର ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ଲୋକମାନେ ଘରେ ରୁହନ୍ତୁ । ଅତି ଜରୁରୀ ନହେଲେ ବାହାରକୁ ବାହାରନ୍ତୁ ନାହିଁ । ବିଶେଷଜ୍ଞଙ୍କ ପରାମର୍ଶକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରେ ଅଧିକ ସମୟ ରହିବା ପାଇଁ ଅପିଲ କରୁଛନ୍ତି । କିନ୍ତୁ ସୋମବାର ଦେଶର ଅନେକ ବଡ ବଡ ସହରରେ ଜନତା ଲକଡାଉନର ଉଲଘଂନ କରି ବାହାରକୁ ବାହାରିଥିଲେ । ଆଜି (ସୋମବାର) ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ରାଷ୍ଚ୍ରକୁ ସମ୍ବୋଧନ କରିବେ । ଗୋଚିଏ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଦୁଇଥର ଜାତିକୁ ସମ୍ବୋଧନ ନିଶ୍ଚିତ ଭାବେ ଅନେକ ଗୁରୁତ୍ବବହନ କରୁଛି । ପ୍ରଶ୍ନ ଉଠୁଛି କଣ ମୋଦି ସମ୍ବୋଧନରେ କିଛି କଡା ସନ୍ଦେହ ଦେବେ କି ?

କୋରୋନା ଭାଇରସର ବ୍ୟାପକତାକୁ ଦେଖି ଦେଶର ପଞ୍ଜାବ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ର, ତେଲେଙ୍ଗାନା, ଓଡିଶା, ୟୁପି, ହିମାଚଳ ସମେତ 30 ରାଜ୍ୟ ବର୍ତ୍ତମାନ ସୁଦ୍ଧା ଲକଡାଉନ ଘୋଷିତ ହୋଇସାରିଛି । ଏହାବାଦ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଏଥିରେ ସାମିଲ ଅଛି । କିନ୍ତୁ ଜନତାଙ୍କୁ ଯେମିତି ଏହା କୌଣସି ଫରକ ପଡୁନାହିଁ । ଯାହା ସୋମବାର ଘଟଣାରୁ ସ୍ପଷ୍ଟ । ଏହାକୁ ଦେଖି ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲେ ।

ଯେକୌଣସି ମତେ କରୋନାକୁ ଅଧିକ ସଂକ୍ରମିତ ପୂର୍ବରୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏହାବାଦ ରାଜ୍ୟ ସରକାର ମାନେ ମଧ୍ୟ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରି ସ୍ଥଳେ ପିଏମଓ( ପ୍ରଧାନମନ୍ତ୍ରୀ)ଙ୍କ କାର୍ଯ୍ୟାଳୟ ପୁରା 24 ଘଣ୍ଟା କାର୍ଯ୍ୟ କରୁଛି । ହେଲେ ଦେଶର ଜନତା ଯେମିତି ସବୁ ସରକାରଙ୍କ ଉପରେ ଛାଡି ଦେଇ ନାଗରିକ ଦାୟିତ୍ବ ଭୁଲିଯାଇଛନ୍ତି ।

ଏହାକୁ ନେଇ ପିଏମଓ ଚିନ୍ତିତ । ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଯାହା ଫଳରେ ଗୋଟିଏ ସପ୍ତାହ ମଧ୍ୟରେ 2 ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧନ କରିବାକୁ ଯାଉଛନ୍ତି । ଅନୁମାନ କରାଯାଇପାରେ ଯେ ସୋମବାର ଜାତିକୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ କରୋନା ଭାଇରସକୁ ନେଇ କିଛି କଡା ପଦକ୍ଷେପ ଘୋଷଣା କରିପାରନ୍ତି । ଏହାସହ କରୋନା ସମ୍ବନ୍ଧୀୟ କିଛି ନୂତନ ଘୋଷଣା ମଧ୍ୟ ହୋଇପାରେ ।

ସୂଚନା ଯୋଗ୍ଯ ଯେ, ଗତ 19 ତାରିଖରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରି ଜନତା କର୍ଫ୍ୟୁ ପାଳନ ପାଇଁ ଅନୁରୋଧ କରିଥିଲେ । ଏହାସହ ଜରୁରୀ ସେବା ପ୍ରଦାନକାରୀଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ତ୍ୟାଗକୁ କୃତଜ୍ଞତା ଜଣାଇବା ପାଇଁ ତାଳି ବଜାଇ ପାଇଁ ଆହ୍ବନ କରିଥିଲେ । ପିଏମଙ୍କ ଘୋଷଣାକୁ ଦେଶର ଜନତା ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ଆଉ ଯେତେବେଳେ ଥାଳି, ତାଳି କଥା ଆସିଲା ସବୁକିଛି ଭୂଲି ଲୋକେ ଉତ୍ସବରେ ମାତିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2020, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.