ETV Bharat / bharat

ଭାରତ-ଚୀନ ସୀମା ବିବାଦ: ସଂସଦରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କଲେ ଦିଗବିଜୟ

author img

By

Published : Jun 9, 2020, 10:20 AM IST

ଭାରତ-ଚୀନ ସୀମା ବିବାଦରେ ଆଲୋଚନା କରିବାକୁ କହିଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ । ଅଧିକ ପଢନ୍ତୁ...

ଭାରତ-ଚୀନ ସୀମା ବିବାଦ: ସଂସଦରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କଲେ ଦିବବିଜୟ

ନୂଆଦିଲ୍ଲୀ: ଚୀନ ସୀମା ବିବାଦକୁ ବେଶ ଗୁରୁତର ସହ ନେଇଛି ଜାତୀୟ କଂଗ୍ରେସ ! ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବୟାନ ଏମିତି କିଛି ହିଁ କହୁଛି । ଭାରତ-ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ନେଇ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କରିଛନ୍ତି ଦିଗବିଜୟ। ସଂସଦରେ ଏହି ବିଷୟରେ ଉପରେ ଆଲୋଚନା ହେଉ ବୋଲି ସେ କହିଛନ୍ତି ।

କଂଗ୍ରେସର ଏହି ବରିଷ୍ଠ ନେତା ମଙ୍ଗଳବାର କହିଛନ୍ତି ଯେ, ଭାରତୀୟ ସୀମାରେ ଚୀନ ସେନାର ଅନୁପ୍ରବେଶ ପ୍ରସଙ୍ଗରେ ସଂସଦ ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବା ଉଚିତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ତଥ୍ୟକୁ ନିଶ୍ଚିତ କରିଛନ୍ତି। ଆମେ ଜାଣୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ନେହେରୁ ନୁହଁନ୍ତି, କିନ୍ତୁ ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସଂସଦରେ ଆଲୋଚନା କରାଯିବା ଉଚିତ।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଆମେରିକା ଓ ଇସ୍ରାଏଲ ପରେ ଭାରତର ସୀମା ସବୁଠାରୁ ସୁରକ୍ଷିତ। ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାଏରୀ ଅନ୍ଦାଜରେ କଟାକ୍ଷ କରିଥିଲେ । ରାହୁଲ ଗାନ୍ଧୀ ଟ୍ବିଟର ହ୍ୟାଣ୍ଡେଲରେ କହିଥିଲେ, ’ସମସ୍ତଙ୍କୁ ଜଣା ସୀମାରେ କଣ ଚାଲୁଛି, କିନ୍ତୁ ହୃଦୟକୁ ଖୁସି ରଖିବାକୁ ଶାହା-ୟଦଙ୍କ ଏକ ଭଲ ଚିନ୍ତାଧାରା’

ସେପଟେ, ରାହୁଲ ଗାନ୍ଧୀଙ୍କ ଟ୍ବିଟକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାଏରୀ ଅନ୍ଦାଜରେ ଜବାବ ଦେଇଛନ୍ତି । ମିର୍ଜା ଗାଲିବଙ୍କ ମୁଣ୍ଡ ଟିକେ ଅଲଗା ଅନ୍ଦାଜରେ ଅଛି- ହାତ ବିନ୍ଧିଲେ ତା ପାଇଁ ମେଡିସିନ ଅଛି, ଯଦି ଯନ୍ତ୍ରଣା ହିଁ ହାତ ବିନ୍ଧିବାର କାରଣ ହୁଏ ତେବେ କଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.