ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି (ବୁଧବାର) ଅପରାହ୍ନ 3 ଟାରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରୋନା ପରିସ୍ଥିତି ଉପରେ ଆଲୋଚନା କରିବେ। ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମାନେ ଏଥିରେ ଯୋଗଦେବେ।
ହେଲେ ମୋଦିଙ୍କ ଏହି ବୈଠକରେ ମମତାଙ୍କ ଉପସ୍ଥିତିକୁ ନେଇ ସନ୍ଦେହ ଉପୁଜିଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ମମତା ଏହି ବୈଠକରୁ ଦୂରରେ ରହିବେ। ବୈଠକର ବକ୍ତା ତାଲିକାରେ ମମତା ବାନାର୍ଜୀଙ୍କ ନାମ ନାହିଁ ବୋଲି ତୃଣମୂଳ କଂଗ୍ରେସ କହିଛି।
ଦେଶରେ କୋରୋନା ସଙ୍କଟ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ମଙ୍ଗଳବାର 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ଦ୍ୱିତୀୟ 15 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହେବ।
ଅନଲକ୍ -1 ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି 5 ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଭିଡିଓ କନଫରେନ୍ସିଂ ବୈଠକରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବେ।