ETV Bharat / bharat

'ଲକଡାଉନ ସରିଛି, ଭାଇରସ ଏବେ ବି ସକ୍ରିୟ' - ପ୍ରଧଆନମନ୍ତ୍ରୀ ମୋଦି

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଲକଡାଉନ ଶେଷ ହୋଇଯାଇଥିଲେ ମଧ୍ୟ ଭାଇରସ ଏବେ ବି ସକ୍ରିୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

'ଲକଡାଉନ ସରିଛି, ଭାଇରସ ଏବେ ବି ସକ୍ରିୟ'
'ଲକଡାଉନ ସରିଛି, ଭାଇରସ ଏବେ ବି ସକ୍ରିୟ'
author img

By

Published : Oct 20, 2020, 6:31 PM IST

Updated : Oct 20, 2020, 7:39 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକଟ ମଧ୍ୟରେ ସପ୍ତମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲକଡାଉନ ଶେଷ ହୋଇଯାଇଥିଲେ ମଧ୍ୟ ଭାଇରସ ଏବେ ବି ସକ୍ରିୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମଣର ତଥ୍ୟ ଦେଇ କହିଛନ୍ତି, ଭାରତରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର 83, କିନ୍ତୁ ଅନ୍ୟ ଦେଶରେ ଏହି ହାର 600ରୁ ଉର୍ଦ୍ଧ୍ବ ରହିଛି । ତେବେ ଅଧିକ ଜୀବନ ବଞ୍ଚାଇବାରେ ଭାରତ ସଫଳ ହୋଇଥିବା କହିଛନ୍ତି ମୋଦି । ସେହିପରି ଦେଶରେ 90 ଲକ୍ଷରୁ ଉର୍ଦ୍ଧ୍ବ ଶଯ୍ୟା ଉପଲବ୍ଧ ରହିଛି । 200 ଲ୍ୟାବ କାର୍ଯ୍ୟ କରୁଛି । ଆଗାମୀ ଦିନରେ ଟେଷ୍ଟ ସଂଖ୍ୟା 10 କୋଟି ଟପିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ସେବା ହି ପରମ ଧର୍ମ । ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି । ଏହି ସମସ୍ତ ପ୍ରୟାସ ମଧ୍ୟରେ ଏହି ସମୟରେ ସତର୍କତା ଆପଣାଇବାର ଆବଶ୍ୟକତା ରହିଛି । ଲକଡାଉନ ସରିଯାଇଛି ସତ ହେଲେ କୋରୋନା ଚାଲିଯାଇଛି ଏହା ଭାବିବା ଠିକ ନୁହେଁ ।

ଅନ୍ୟପକ୍ଷେ କୋଭିଡ ନିୟମ ଉଲ୍ଲଂଘନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ଲୋକ ସତର୍କତା ଅବଲମ୍ବନ କରୁନାହାନ୍ତି । ବିନା ମାସ୍କରେ ବାହାରକୁ ବାହାରିବା ଦ୍ବାରା ଆପଣ ନିଜ ପରିବାରର ସଦସ୍ୟଙ୍କୁ ସଙ୍କଟରେ ପକାଉଛନ୍ତି । ଅନ୍ୟଦେଶ ଗୁଡିକରେ କୋରୋନା ସଂକ୍ରମଣ ଚିନ୍ତା ଜନକ ଭାବରେ ବୃଦ୍ଧି ପାଉଛି ।

ମୋଦି ନିଜ ସମ୍ବୋଧନରେ କବିର ଦାସଙ୍କ ଦୋହା ସ୍ମରଣ କରି କହିଛନ୍ତି ଅନେକ ଥର ପରିପକ୍ବ ଫସଲ ଦେଖି ଆମେ ଉତ୍ସାହିତ ହୋଇଯାଇଆନ୍ତି । ହେଲେ ଯେବେ ଯାଏଁ ସଫଳତା ମିଳିନାହିଁ, ସେ ପର୍ଯ୍ୟନ୍ତ ଅବହେଳା କରିବା ଉଚିତ ନୁହେଁ । ମହାମାରୀର ଭ୍ୟାକ୍ସିନ ନଆସିବା ପର୍ଯ୍ୟନ୍ତ ଏହି ଯୁଦ୍ଧା ଜାରି ରଖିବା ଉଚିତ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଅନେକ ଭ୍ୟାକ୍ସିନ ଉପରେ କାର୍ଯ୍ୟ ଚାଲିଛି । କୋରୋନା ଭ୍ୟାକ୍ସିନ ଆସିବା ପରେ ଖୁବ ଶିଘ୍ର ପ୍ରତ୍ୟେକ ଭାରତୀୟ ପାଖିରେ ପହଞ୍ଚାଇବା ପାଇଁ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ରାମଚରିତ ମାନସରେ ଥିବା ଚେତାବନୀକୁ ମଧ୍ୟ ଆଲୋକପାତ କରିଥନ୍ତି ମୋଦି । ଭୁଲ ଓ ରୋଗ ଉଭୟକୁ କେବେ ଛୋଟ ଭାବିବା ଉଚିତ ନୁହେଁ । ଯେତେବେଳ ଯାଏଁ ଭ୍ୟାକ୍ସିନ ନାହିଁ ସେତେଯାଏଁ ଟିଏକି ବି ଅସତର୍କତା ଆମ ଖୁସିକୁ ଧୂମିଳ କରିପାରେ । 2 ଗଜର ଦୂରତା, ସମୟ ସମୟରେ ସାବୁନରେ ହାତ ଧୋଇବାକୁ ଗୁରୁତ୍ବ ଦେବା ଦରକାର ବୋଲି କହିଛନ୍ତି ମୋଦି ।

ଶେଷରେ ମୋଦି ହାତ ଯୋଡି କହିଛନ୍ତି ଦେଶବାସୀଙ୍କୁ ସୁରକ୍ଷିତ ଦେଖିବାକୁ ଚାହୁଁଛି । ଏହି ପାର୍ବଣରେ ଉତ୍ସାହ ରହୁ ମୁଁ ଚାହୁଁଛି । ମିଡିଆ ବନ୍ଧୁ ମାନଙ୍କୁ ସଚେତନତା ଆଣିବା ପାଇଁ ଅପିଲ କରିଛନ୍ତି ମୋଦି । ଏହାସହ ନବରାତ୍ରୀ, ଦଶହରା, ଇଦ, ଦୀପାବଳୀ, ଛଟ ପୂଜା ସମେତ ସମସ୍ତ ପର୍ବପର୍ବାଣୀ ଶୁଭେଚ୍ଛା ଜଣାଇଛନ୍ତି

Last Updated : Oct 20, 2020, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.