ନୂଆଦିଲ୍ଲୀ: ଠିକ୍ ସମୟେ ଉଚିତ୍ ପଦକ୍ଷେପ। ଆଞ୍ଚଳିବାଦର ଗୁରୁତ୍ଵ ଓ ବିଦେଶୀ ମାନସିକତାର ଅନ୍ତ। ଏଣିକି ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତକୁ କେହି ଅଟକାଇ ପାରିବେ ନାହିଁ। ପ୍ୟାକେଜ୍ ଜରିଆରେ ଜମି, କୂଟୀର ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ସହାୟକ ହେବ। ଦେଶର ଶ୍ରମିକ ଏବଂ ଚାଷୀମାନେ ଏଥିରୁ ଲାଭବାନ ହେବେ। ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ, ବୋଲି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲା ପରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ସଭାପତି ଡଃ ସଙ୍ଗିତା ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ , 20 ଲକ୍ଷ କୋଟି ଟଙ୍କା ଏହି ସମ୍ଭାବନାପୂର୍ଣ୍ଣ ପ୍ୟାକେଜ୍ ଏକ ଦୃଢ ସ୍ୱପ୍ନକୁ ସମୃଦ୍ଧ କରିବ। ଆତ୍ମନିର୍ଭରଶୀଳତା ଭାରତର ୫ଟି ପିଲାର ଉପରେ ରହିଛି। ସେଗୁଡ଼ିକ ହେଉଛି ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଭୌଗଳିକ ସ୍ଥିତି ଓ ଚାହିଦା। ଚାହିଦା ପାଇଁ ସପ୍ଲାଏ ଚେନ୍କୁ ମଜଭୁତ କରିବାକୁ ହେବ ବୋଲି ମୋଦି କହିଲା ପରେ ଡଃ ସଙ୍ଗୀତା ଏହାର ଗୁରୁତ୍ବକୁ ଅନୁଭଵ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆଶା କରୁଛୁ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଘୋଷିତ ପ୍ୟାକେଜ୍ ଗରିବ ଏବଂ ଅଭାବୀ, ଏମ୍ଏସ୍ଏମ୍ଇ ଏବଂ ଶିଳ୍ପ ତଥା ସାଧାରଣ ଲୋକଙ୍କ ଆବଶ୍ୟକତାକୁ ସମାଧାନ କରିବ। ଜମି, ଶ୍ରମ ଏବଂ ଚାପ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରଳତା ହିଁ ଆବଶ୍ୟକ।
ଏକ ଆତ୍ମନିର୍ଭରଶୀଳ ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ FICCI ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବ ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ସମସ୍ତ ପଦକ୍ଷେପ ନିଶ୍ଚିତ କରିବ। ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଜନସଂଖ୍ୟା ଏବଂ ଚାହିଦା ପାଞ୍ଚଟି ସ୍ତମ୍ଭର ମଜବୁତ ହେବା ଦ୍ଵାରା ଭାରତ ପୁଣି ଏକ ଉଚ୍ଚ ସ୍ଥାୟୀ ଅଭିବୃଦ୍ଧି ପଥକୁ ଫେରିବା ପାଇଁ ପଥ ପରିଷ୍କାର କରିବ ବୋଲି ଏଫସିଆଇ ସଭାପତି କହିଛନ୍ତି।