ନୂଆଦିଲ୍ଲୀ: ଆଜି ହେଉଛି ମକର ସଂକ୍ରାନ୍ତି। ଆଜିର ଦିନଟି ସମସ୍ତଙ୍କ ପାଇଁ ଖାସ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କେବଳ ଓଡିଶା ନୁହେଁ ସାରା ଦେଶରେ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରାଯାଏ । ଦେଶର ଭିନ୍ନ ଭିନ୍ନ ଭାଗରେ ଭିନ୍ନ ଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଏ। ଓଡିଶାରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଥିବା ବେଳେ ଏହି ପର୍ବକୁ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଏବଂ ଗୁଜରାଟରେ ଉତ୍ତରାୟଣ ଭାବେ ପାଳନ କରାଯାଏ।
-
Best wishes on the special occasion of Magh Bihu. pic.twitter.com/4nxCZWZ5IK
— Narendra Modi (@narendramodi) January 15, 2020 " class="align-text-top noRightClick twitterSection" data="
">Best wishes on the special occasion of Magh Bihu. pic.twitter.com/4nxCZWZ5IK
— Narendra Modi (@narendramodi) January 15, 2020Best wishes on the special occasion of Magh Bihu. pic.twitter.com/4nxCZWZ5IK
— Narendra Modi (@narendramodi) January 15, 2020
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଟ୍ବିଟ କରି କହିଛନ୍ତି, 'ପ୍ରକୃତି, ପରମ୍ପରା ଏବଂ ସଂସ୍କୃତିର ରଙ୍ଗରେ ଭରପୁର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ପବିତ୍ର ଦିନ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦେଉ।'
-
मकर संक्रांति के पावन अवसर पर आप सभी को हार्दिक शुभकामनाएं।
— Rahul Gandhi (@RahulGandhi) January 15, 2020 " class="align-text-top noRightClick twitterSection" data="
Wishing you all a very happy #MakarSankranti pic.twitter.com/ff9YYveBsq
">मकर संक्रांति के पावन अवसर पर आप सभी को हार्दिक शुभकामनाएं।
— Rahul Gandhi (@RahulGandhi) January 15, 2020
Wishing you all a very happy #MakarSankranti pic.twitter.com/ff9YYveBsqमकर संक्रांति के पावन अवसर पर आप सभी को हार्दिक शुभकामनाएं।
— Rahul Gandhi (@RahulGandhi) January 15, 2020
Wishing you all a very happy #MakarSankranti pic.twitter.com/ff9YYveBsq
ସେହିପରି ଅନ୍ୟଏକ ଟ୍ବିଟରେ ସେ କହିଛନ୍ତି, 'ବିହୁ ଆଶା ଏବଂ ସମୃଦ୍ଧିର ପ୍ରତୀକ। ଏହି ଅବସରରେ ସମସ୍ତଙ୍କୁ ଖାସ କରି ଆସାମର ଭାଇ ଭଉଣୀଙ୍କୁ ଶୁଭେଚ୍ଛା।’ ପୋଙ୍ଗଲ ଉପଲକ୍ଷେ ମଧ୍ୟ ସେ ତାମିଲ ଏବଂ ତେଲୁଗୁ ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।