ETV Bharat / bharat

'କୋରୋନା ବିରୋଧୀ ଲଢେଇରେ ପିଏମ ମୋଦି ବିଶ୍ବସ୍ତରୀୟ ନେତାଙ୍କ ମଧ୍ୟରେ ଶୀର୍ଷରେ' - କୋରୋନା ବିରୋଧୀ ଲଢେଇ ମୋଦି

ପୋଲଷ୍ଟର ମର୍ନିଂ କନ୍ସସଲ୍ଟ ଦ୍ବାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଲଢେଇରେ ବିଶ୍ବ ନେତାଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟତା ପାଇଛନ୍ତି । ସର୍ଭେ ଅନୁଯାୟୀ, ଏପ୍ରିଲ୍ 14 ସୁଦ୍ଧା ତାଙ୍କର ନିଟ୍ ଅନୁମୋଦିତ ରେଟିଂ 68 ରହିଛି ।

ମୋଦି
ମୋଦି
author img

By

Published : Apr 22, 2020, 7:49 PM IST

ନୂଆଦିଲ୍ଲୀ: ବୁଧବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି ଯେ COVID-19 ମହାମାରୀ ବିରୋଧରେ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ନେତାଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି ।

ପୋଲଷ୍ଟର ମର୍ନିଂ କନ୍ସସଲ୍ଟ ଦ୍ବାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ନେତାଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟତା ପାଇଛନ୍ତି। ସର୍ଭେ ଅନୁଯାୟୀ, ଏପ୍ରିଲ୍ 14 ସୁଦ୍ଧା ତାଙ୍କର ନିଟ୍ ଅନୁମୋଦନ ରେଟିଂ 68 ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି COVID-19 ର ମୁକାବିଲା କରିବାରେ ବିଶ୍ବର ନେତୃତ୍ବ ନେଉଛନ୍ତି। ଗୋଟିଏ ପଟେ ଭାରତୀୟ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଅନ୍ୟ ପଟେ ଅନ୍ୟ ଦେଶମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରି ସେ ମହାମାରୀ ବିରୋଧରେ ବିଶ୍ବ ନେତାଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଏକ ଟ୍ବଟରେ କହିଛନ୍ତି।

ମହାମାରୀ ବିରୋଧରେ ବିଶ୍ବ ସଂଗ୍ରାମ ମଧ୍ୟରେ ମୋଦିଙ୍କ ସମ୍ପର୍କରେ ଅନେକ କେନ୍ଦ୍ର ମନ୍ତ୍ରୀ ତଥା ଅନ୍ୟ ଦଳର ନେତାମାନେ ମଧ୍ୟ ଟ୍ବିଟ୍ କରି କହିଛନ୍ତି ଯେ ଏହି ସଙ୍କଟ ସମୟରେ ତାଙ୍କ ନେତୃତ୍ବ ଉପରେ ଦେଶ ସମ୍ପୂର୍ଣ୍ଣ ଭରସା ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.