ETV Bharat / bharat

ବିଜୟ ଦିବସ: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି - 1971 ଡିସେମ୍ବର 16

ଆଜି ଦେଶ ପାଳୁଛି ବିଜୟ ଦିବସ । 1971 ଯୁଦ୍ଧରେ ଏହି ଦିନ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲେ ପାକିସ୍ତାନୀ ସେନା। ବିଜୟ ଦିବସ ଅବସରରେ ଭାରତୀୟ ସୈନିକଙ୍କ ସାହାସ ଏବଂ ପରାକ୍ରମକୁ ସଲାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

vijay divas
ଫାଇଲ ଫଟୋ
author img

By

Published : Dec 16, 2019, 10:33 AM IST

Updated : Dec 16, 2019, 9:12 PM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ବିଜୟ ଦିବସ । 1971 ଯୁଦ୍ଧରେ ଏହି ଦିନ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲେ ପାକିସ୍ତାନୀ ସେନା। ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ତେବେ ଯୁଦ୍ଧ ସମୟରେ ଶହୀଦ ହୋଇଥିବା ଯବାନଙ୍କୁ ଆଜି ମନେ ପକାଉଛନ୍ତି ଭାରତବାସୀ । ଏହି ଅବସରରେ ଦିଲ୍ଲୀର ନ୍ୟାସନାଲ ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେନା ମୁଖ୍ୟ ବିପିନ ରାୱତ, ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆ ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ।

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ସେପଟେ ବିଜୟ ଦିବସ ଅବସରରେ ଭାରତୀୟ ସୈନିକଙ୍କ ସାହସ ଏବଂ ପରାକ୍ରମକୁ ସଲାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସୁରକ୍ଷା ପାଇଁ 1971 ଯୁଦ୍ଧରେ ଅଦମନୀୟ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ । ସେମାନଙ୍କ ବୀରତ୍ବ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୧୯୪୭ରେ ଭାରତ ଓ ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଭାଷାକୁ ଆଧାର କରି ବିବାଦ ସୃଷ୍ଟି ହୋଇଥିଲା । ବାଂଲାଦେଶର ଜନକ ଶେଖ ମୂଜିବ୍ ଉର ରହମାନ ୨୫ ମାର୍ଚ୍ଚ ୧୯୭୧ରେ ଅଧା ରାତିରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ନେଇ ଘୋଷଣା କରିଥିଲେ। ଏହାପରେ ସେଠାରେ ‘ମୁକ୍ତି ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲ। ଏଥିରେ ‘ମୁକ୍ତି ବାହିନୀ’ ପାକିସ୍ତାନ ବିରୋଧରେ ଆରମ୍ଭ କରିଥିଲେ ଯୁଦ୍ଧ।

ଏହି ବିଦ୍ରୋହକୁ ଦବାଇବା ପାଇଁ ପାକିସ୍ତାନୀ ସେନା ‘ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରି ଅତ୍ୟାଚାରର ସବୁ ସୀମା ପାର କରିଦେଇଥିଲା ଓ ପୂର୍ବ ପାକିସ୍ତାନରେ ଏହାର ଅଭିଯାନରେ ୧ ଲକ୍ଷରୁ ଅଧିକ ଲୋକଙ୍କର ନରସଂହାର ହୋଇଥିଲା। ଭାରତ ଏହି ସମୟରେ ବାଂଲାଦେଶକୁ ସମର୍ଥନ କରିଥିଲା ଓ ୧୩ ଦିନର ଯୁଦ୍ଧ ପରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା।

ଭାରତର ସେନା ମୁକ୍ତି ବାହିନୀକୁ ସମର୍ଥନ କରୁଥିଲା କିନ୍ତୁ ପାକିସ୍ତାନ ପଟୁ ୧୯୭୧ରେ ଭାରତୀୟ ପୋଷ୍ଟ ଗୁଡିକ ଉପରକୁ ଆକ୍ରମଣ ପରେ ଭାରତ ସିଧାସଳଖ ଭାବରେ ଏ‌ହି ଅଭିଯାନରେ ସାମିଲ ହୋଇଥିଲା। ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ପାକିସ୍ତାନ ସହିତ ଲଢେଇ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଦୁଇପଟୁ ଯୁଦ୍ଧ କରିବା ଖୁବ୍ କଷ୍ଟକର ଥିଲା। ମୁକ୍ତି ବାହିନୀର ସୈନିକ ପାକିସ୍ତାନର ବିଭିନ୍ନ ସ୍ଥାନରେ ସୈନିକଙ୍କ ଉପରେ ଆକ୍ରମଣ କରି ଭାରତୀୟ ସୈନିକଙ୍କୁ ଦେଉଥିଲେ। ଏଭଳି ଭାବରେ ପାକିସ୍ତାନର ମନୋବଳ ଭାଙ୍ଗିଯାଇଥିଲା। ଶେଷରେ ୧୬ ଡିସେମ୍ବରରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଏହି ଯୁଦ୍ଧରେ ପ୍ରାୟ 3,900 ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ । ଏହି ସମୟରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

Intro:Body:

testing

Conclusion:
Last Updated : Dec 16, 2019, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.