ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିଛନ୍ତି । ମୋଦି ରବିବାର ସକାଳ 11ଟା 30 ମିନିଟ ସମୟରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିବା ଜଣାପଡିଛି । ତେବେ ଉଭୟ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା କରିଥିଲେ ।
ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଟ୍ବିଟରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ଏହାର 2ଦିନ ପୂର୍ବରୁ ମୋଦି ଲଦାଖ ଗସ୍ତରୁ ଫେରିଥିଲେ । ସେଠାରେ ସେ ସୈନିକଙ୍କ ସହ ଆଲୋଚନା କରିଥିବା ସହ ଗଲୱାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଥିଲେ । ଏହା ବ୍ୟତୀତ ସେ ସୀମା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ।