ETV Bharat / bharat

ସୋମବାର ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ସୋମବାର ଦ୍ବିପହର 3 ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ 17 ତାରିଖ ପରେ ଲକଡାଉନ ହଟିଯିବା ପରେ କୋରୋନା ସହ କିପରି ଲଢିବ ଦେଶ ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : May 10, 2020, 6:00 PM IST

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କୋରୋନା ଭାଇରସର ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ମୋଦି ଲକଡାଉନ 3.0 ପରେ ଦେଶର ସ୍ଥିତି ଉପରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ସୋମବାର ଦ୍ବିପହର 3ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।

କୋରୋନା ଭାଇରସ ସହ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଏପ୍ରିଲ 28 ତାରିଖରେ ଚତୁର୍ଥ ଥର ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ । ଲକଡାଉନ 2.0 ର ଅବଧି ମେ 3 ତାରିଖରେ ଶେଷ ହେବା ପୂର୍ବରୁ ଏହି ବୈଠକ ଡାକିଥିଲେ । ତେବେ ଉକ୍ତ ବୈଠକରେ ଲକଡାଉନକୁ ପୁଣିଥରେ ବଢାଇବା ନେଇ ଆଲୋଚନା ହୋଇଥିଲା । ଏବେ ପୁଣିଥରେ ପ୍ରଶ୍ନ ଉଠୁଛି ଯେ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକରେ ପୁଣିଥିରେ ଲକଡାଉନ ଘୁଞ୍ଚାଯିବାକୁ ନେଇ ଆଲୋଚନା କରାଯାଇପାରେ ।

ସୂଚନା ଥାଉକି ମେ 17 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ନିଜ ନିଜ ରାଜ୍ୟକୁ ନିଜ ହିସାବରେ ଲକଡାଉନ କରିବାକୁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଯଦି ମେ 17 ତାରିଖରେ କେନ୍ଦ୍ର ସରକାର ଲକଡାଉନ ଉଠାଇଦିଅନ୍ତି ତେବେ 17 ତାରିଖ ପରଠୁ କୋରୋନା ସହ କିପରି ଲଢିବ ଦେଶ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ କୋରୋନା ସଙ୍କଟ ଏବଂ ଲକଡାଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମେ 1 ତାରିଖରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ରେଳମନ୍ତ୍ରୀ ପିୟୁଷ ଗୋଏଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଡିଏମ ଜେନରାଲ ବିପିଏନ ରାୱତଙ୍କ ସମେତ ବହୁ ମାନ୍ୟଗଣ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟର ସମୀକ୍ଷା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.