ରାଫେଲ ଡିଲ, ରୋଜଗାର ଓ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘାଇଲା କରିଛନ୍ତି ମୋଦି । ଲୋକସଭାରେ ନିଜ ଅଭିଭାଷଣ ଆରମ୍ଭ କରି ଗରିବ, ସେନା, ଦୁର୍ନୀତି, ରାଫେଲ ଡିଲ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ ସେତିକି ନୁହେଁ ଚାଷୀଙ୍କୁ ବରବାଦ କରିଛି କଂଗ୍ରେସ । ସେନା ପାଇଁ ସମସ୍ୟା, ଦେଶର ଅର୍ଥନୀତିକୁ ନଷ୍ଟ କରି ନିଯୁକ୍ତି ବାଟ ବନ୍ଦ କରି ଦେଇଥିଲା କଂଗ୍ରେସ ।
ସେହିପରି ମହାମେଣ୍ଟକୁ ମହାଦୁର୍ନୀତି କହିଛନ୍ତି ମୋଦି । 30 ବର୍ଷ ଯାଏଁ ଦେଶ ଦୁର୍ନୀତି ସରକାର ଦେଖି ଆସୁଛି । କିନ୍ତୁ ମହାମେଣ୍ଟ ସରକାର ହେଲେ ଦେଶ ମହାଦୁର୍ନୀତି ଦେଖିବା ବଡକଥା ନୁହେଁ ବୋଲି ସେ କହିଛନ୍ତି ।