ETV Bharat / bharat

ନବୀନଙ୍କୁ ପ୍ରଶଂସା କଲେ ମୋଦି, କହିଲେ ଅନ୍ୟ ମୁଖ୍ୟମନ୍ତ୍ରୀ ଅନୁକରଣ କରନ୍ତୁ

author img

By

Published : Mar 18, 2020, 8:26 PM IST

ଜାତୀୟସ୍ତରରେ ପୁଣିଥରେ ଚମକିଲେ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାଜିଲେ ଉଦାହରଣ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Pm apriceate to cm Naveen
Pm apriceate to cm Naveen

ଭୁବନେଶ୍ବର: ପୁଣିଥରେ ସାରା ଦେଶରେ ଉଦାହରଣ ସୃଷ୍ଟି କରି ଆଦର୍ଶ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ବିଶ୍ବ ସମ୍ପ୍ରତି କରୋନାକୁ ନେଇ ଚିନ୍ତାରେ ଥିବାବେଳେ ସବୁଠି ମୁକାବିଲା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । କେଉଁଠି ସତର୍କତା ତ କେଉଁଠି ପ୍ରତିଷେଧ ମୂଳକ ବ୍ୟବସ୍ଥା ।

PHOTO
କରୋନା ମୁକାବିଲା; ନବୀନଙ୍କୁ ମୋଦିଙ୍କ ପ୍ରଶଂସା

ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟରେ ପଞ୍ଜୀକରଣ ବାଧ୍ୟତା ମୂଳକ କରିଛନ୍ତି । ଯେଉଁମାନେ ମାର୍ଚ୍ଚ 4 ପରେ ରାଜ୍ୟକୁ ଆସିଛନ୍ତି ପଞ୍ଜୀକରଣ କରିବା ବାଧ୍ୟତା ମୂଳକ କରିବା ସହ ହୋମ କ୍ବାରେଣ୍ଟାଇନରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଆଉ ବୁଧବାର ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପାଳନ ମଧ୍ୟ କରିଛନ୍ତି । ନିଜ ଭଉଣୀ ଗୀତା ମେହେଟ୍ଟାଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜୀକରଣ କରାଇବା ସହ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି । ଏହା ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଜଣାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ରିଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ନବୀନ ବାବୁ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି । ମୋଦି ଆହୁରି କହିଛନ୍ତି ନବୀନଙ୍କ ଏହି ପଦକ୍ଷେପ ଅନ୍ୟମାନେ ଅନୁକରଣ କରନ୍ତୁ ।

ସୂଚନାଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଥିସହ ହୋମ କ୍ବାରେଣ୍ଟାଇନରେ ଯେଉଁମାନେ ରହିବେ ତାଙ୍କ ପାଇଁ ଆର୍ଥିକ ବ୍ୟବସ୍ଥାର ମଧ୍ୟ ଘୋଷଣା ହୋଇଛି । ଏହାବାଦ ସାରା ରାଜ୍ୟରେ ବିଭିନ୍ନ କଟକଣା ଜାରି ହେବାସହ ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.