ETV Bharat / bharat

ବିହାର ବିଧାନସଭା ନିର୍ବାଚନ ବାତିଲ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ବିହାର ବିଧାନସଭା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ରାଜ୍ୟରେ କୋରୋନା ଓ ବନ୍ୟା ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 22, 2020, 12:14 PM IST

ବିହାର ବିଧାନସଭା ନିର୍ବାଚନ ବାତିଲ କରିବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ରାଜ୍ୟରେ ବନ୍ୟା ପରିସ୍ଥିତି ଥିବାରୁ ନିର୍ବାଚନ ବାତିଲ ପାଇଁ ଅପିଲ । କୋରୋନା ସଙ୍କଟ ବି କାରଣ ଦର୍ଶାଇ ପିଟିସନ ଦାଖଲ କଲେ ବିହାରର ଜଣେ ଯୁବକ ରାଜେଶ କୁମାର ଜୈଶୱାଲ ।

ସାଧାରଣ ସଭାରେ ପ୍ରତିବନ୍ଧକ ଲାଗିଥିବା ସତ୍ତ୍ବେ ନିର୍ବାଚନ ଆୟୋଗ ନିଶ୍ଚିତ ଯେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବ ନୁହେଁ । ତେଣୁ ନିର୍ବାଚନ ବାତିଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ସେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଆଇନଜୀବୀ ଶାନ୍ତନୁ ସାଗରଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ଲୋକଙ୍କ ସୁରକ୍ଷା ପାଇଁ ବିହାର ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରି ଜୁଲାଇ 18 ରେ ଆବେଦନକାରୀ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପ୍ରତିନିଧିତ୍ୱ କରିଛନ୍ତି।

ମହାମାରୀ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇ ଭାରତର ନିର୍ବାଚନ ଆୟୋଗ ବିହାର ଭଳି ରାଜ୍ୟର ଜନସଂଖ୍ୟାକୁ ଅଣଦେଖା କରିଛନ୍ତି । ଯେଉଁଠି 9.9 କୋଟିରୁ ଅଧିକ ଜନସଂଖ୍ୟା ରହିଛି । କୋଭିଡ ପାଇଁ ଅଧିକ ଅସୁରକ୍ଷିତ ବୟସ୍କ ଭୋଟର ମତଦାନ ଦେଇପାରିବେ ନାହିଁ । ଏକ ସୁ-ପ୍ରତିଷ୍ଠିତ ଆଇନଗତ ଫ୍ରେମ ୱାର୍କ, ଡାକ ଭୋଟିଂ ଏବଂ ମୋବାଇଲ୍ ବାଲାଟ୍ ବକ୍ସ ଅଧୀନରେ ଥିବା ପ୍ରକ୍ସି ଭୋଟରଙ୍କ ଭଳି ବିକଳ୍ପ ଏତେ ସ୍ୱଳ୍ପ ସମୟ ମଧ୍ୟରେ ଆୟୋଜନ କରାଯାଇପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି ।

ଅଗଷ୍ଟ 11ରେ ମୁଖ୍ୟ ନିର୍ବାଚନ କମିଶନର କୋଭିଡ ଓ ବନ୍ୟା ପରିସ୍ଥିତି ସତ୍ତ୍ବେ ପୂର୍ବ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.