ETV Bharat / bharat

ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ନେବେ ପିୟୂଷ ଗୋଏଲ - ପିୟୂଷ ଗୋଏଲ ଙ୍କୁ ଦିଆଗଲା ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ମନ୍ତ୍ରଣାଳୟର ଦାୟିତ୍ବ

କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ସ୍ଥାନରେ ପିୟୁଷ ଗୋଏଲଙ୍କୁ ଦିଆଗଲା ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିୟୂଷ ଗୋଏଲଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ...

ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ନେବେ ପିୟୂଷ ଗୋଏଲ

author img

By

Published : Oct 9, 2020, 1:56 PM IST

Updated : Oct 9, 2020, 7:14 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଦିଆଗଲା ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ । ସ୍ବର୍ଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିୟୂଷ ଗୋଏଲଙ୍କ ନାମ ଘୋଷଣା କରିଛନ୍ତି ।

ରାମ ବିଲାସ ପାସୱାନ ଦୀର୍ଘ 5 ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ । ଗତ କିଛି ସପ୍ତାହ ଧରି ସେ ନିୟମିତ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କର ହାର୍ଟ ଅପରେସନ କରାଯାଇଥିଲା । ଗତ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିଲା । ପୁଅ ଚିରାଗ ପାସୱାନ ପିତାଙ୍କ ଦେହାନ୍ତ ଖବର ଟ୍ବିଟ ଯୋଗ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ଅଧ୍ୟକ୍ଷ ଜେପ୍ପି ନଡ୍ଡା ସ୍ବର୍ଗତ କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାସୱାନଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

@ANI

Last Updated : Oct 9, 2020, 7:14 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.